ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପଞ୍ଚାୟତ, ବ୍ଲକ୍ ଓ ଉପଖଣ୍ଡ ସ୍ତରରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଅଛି । ଗଞ୍ଜାମ ଜିଲ୍ଲାରେ ହୋଇଥିବା ଏହି ଯାଞ୍ଚ ପ୍ରକ୍ରିୟା ପରେ ନାମାଙ୍କନ କରିଥିବା ୨୫୮୯୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୮୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୧୫୬୧୦ଜଣଙ୍କ କାଏମ ରହିଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ଗଞ୍ଜାମରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଦାଖଲ ହୋଇଥିବା ୨୮୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଯାଞ୍ଚରେ ୯ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର ନାକଚ ହେବା ପରେ ୨୭୬ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ସେହିପରି ସରପଞ୍ଚ ପ୍ରାର୍ଥୀ ଭାବେ ଦାଖଲ ହୋଇଥିବା ୨୨୧୮ ପ୍ରାର୍ଥୀପତ୍ର ମଧ୍ୟରୁ ୫୫ଜଣଙ୍କ ପ୍ରାର୍ଥୀପତ୍ର ନାକଚ ପରେ ୨୧୬୩ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ପଞ୍ଚାୟତ ସମିତି ସଭ୍ୟ ଭାବେ ଦାଖଲ କରିଥିବା ୧୮୪୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୯ଜଣଙ୍କ ନାମାଙ୍କନ ଯାଞ୍ଚରେ କଟିଯିବା ପରେ ୧୮୧୯ଜଣ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ସେହିପରି ଓ୍ବାର୍ଡ ମେମ୍ବର ପାଇଁ ଦାଖଲ ହୋଇଥିବା ୧୧୫୪୧ଜଣଙ୍କ ପ୍ରାର୍ଥୀପତ୍ର ମଧ୍ୟରୁ ୧୮୯ଜଣଙ୍କ ପ୍ରାର୍ଥୀପତ୍ର ଯାଞ୍ଚରେ କଟିବା ପରେ ୧୧୩୫୨ଜଣଙ୍କ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା