ଗଞ୍ଜାମରେ ପୁଣି ଏନକାଉଣ୍ଟର…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମରେ ପୁଣି ଏକ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଏଥର ପୋଲିସ ଗୁଳିର ଶିକାର ହୋଇଛି ଦୁର୍ଦ୍ଧାନ୍ତ ଅପରାଧୀ ପ୍ରମୋଦ ବାରିକ ବୋଲି ଜଣାପଡିଛି । ଭୋର ପ୍ରାୟ ୪ ଘଣ୍ଟା ସମୟରେ ପୋଲିସ କୃଷ୍ଣ ପ୍ରସାଦ ପାଳୁର ରୋଡ଼ରେ ପ୍ରମୋଦକୁ ଧରିବା ପାଇଁ ଜାଲ ବିଚାଇଥିବା ବେଳେ କାବୁ କରିବା ପାଇଁ ଚେଷ୍ଟା କରିଥିଲା । ସେହି ସମୟରେ ପ୍ରମୋଦ ପୋଲିସ ଉପରକୁ ଗୁଳି ଚଳାଇଥିଲା । କିଛି ସମୟ ଧରି ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିବା ପରେ ପୋଲିସର ପାଲଟା ଗୁଳି ମାଡ଼ରେ ଆହତ ହୋଇଛି ଏହି ଦୁର୍ଦ୍ଧାନ୍ତ ଅପରାଧୀ । ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ପ୍ରମୋଦକୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଏ ହେଉଛି ଗଂଜାମ ପୋଲିସର ଏକ ବଡ ସଫଳତା । ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସର ଏହା ୭୧ ନମ୍ବର ଏନକାଉଣ୍ଟର ବୋଲି ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା