

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାରେ ଶୁକ୍ରବାର ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍ଡାଉନ୍ ପକ୍ରିୟା ଜାରି ରହିବ । ଅପରପକ୍ଷରେ ଗଞ୍ଜାମ ଜିଲାର ୯ଟି ସହରରେ ୨୧ ତାତିଖ ପର୍ଯ୍ୟନ୍ତ ଜାରି ହୋଇଥିବା ଶଟ୍ଡାଉନ୍କୁ ଉଠାଇ ଦିଆଯାଇଛି । ଏଠାରେ ମଧ୍ୟ ଲକ୍ଡାଉନ୍ ରହିବ । ଜିଲାର ଯେଉଁଠି ଯେଉଁଠି ଅଧିକ କରୋନା ଆକ୍ରାନ୍ତ ବଢ଼ୁଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେଠାରେ ପୂର୍ବ ଭଳି କଣ୍ଟନମେଣ୍ଟ ନିୟମ ବଳବତ୍ତର ରହିବ । ଜିଲାରେ ଆରମ୍ଭ ହେବାକୁ ଥିବା ଲକ୍ଡାଉନ୍କୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର କହିଛନ୍ତି । ଦୋକାନୀମାନେ ସମ୍ପୂର୍ଣ୍ଣ ବ୍ୟାରିକେଟ୍ କରି ନିର୍ଦ୍ଧାରିତ ସମୟ ଭିତରେ ବ୍ୟବସାୟ କରିବେ, ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୋକାନ ବନ୍ଦ ସହ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

