ଗଞ୍ଜାମ ଆଇନ୍‌ ମହାବିଦ୍ୟାଳୟରେ ଜାତୀୟ କର୍ମଶାଳା:ବହୁ ବକ୍ତାଙ୍କ ଯୋଗଦାନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା):‘ଆଇନ୍‌ ଶିକ୍ଷାକୁ ଅଧିକ ପ୍ରତିଯୋଗିତା ପୂର୍ଣ୍ଣ କରିବା ଜରୁରୀ’ ବୋଲି ବହୁ ଆଇନ୍‌ ବିଶାରଦ ମତ ପ୍ରକାଶ କରିଛନ୍ତି । ଆମ୍ବପୁଆସ୍ଥିତି ଗଞ୍ଜାମ ଆଇନ୍‌ ମହାବିଦ୍ୟାଳୟ ପରିସରରେ ବୁଧବାର ଆଇନ୍‌, ଆଇନ୍‌ ଶିକ୍ଷା ଓ ପେସା ସମ୍ପର୍କିତ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ସମ୍ମାନୀତି ଅତିଥି ଭାବେ ଓଏସ୍‌ଜେଏସ୍‌ (ଏସ୍‌ବି) ପରିବାର କୋର୍ଟର ବିଚାରପତି ଲଳିତ କୁମାର ଦାସ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଧି ଭାବେ ଗଞ୍ଜାମ ଆଇନ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍‌ ଡ.ଏନ୍‌ଏସ୍‌ ଜଗନ୍ନାଥ ରାଓ ଯୋଗ ଦେଇଥିଲେ । କଲେଜର ସେକ୍ରେଟୋରୀ ସରୋଜ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଧାୟକ ପାଣିଗ୍ରାହୀ ନିଜ ଉଦ୍‌ବୋଧନ ରେ ଆଇନ୍‌ ଶିକ୍ଷା ବର୍ତ୍ତମାନ ସମୟରେ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ସହ ନ୍ୟାୟିକ ବ୍ୟବସ୍ଥାରେ ଉଚ୍ଚନ୍ୟାୟଳୟ ର ନିଷ୍ପତ୍ତିକୁ ନିମ୍ନ କୋର୍ଟ ଗୁଡିକ ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ଉଚିତ । ଉଭୟଙ୍କ ମଧ୍ୟରେ ଭାରସାମ୍ୟ ରହିବା ଜରୁରୀ । ଆଇନ୍‌ ଶିକ୍ଷା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଏଦିଗରେ ବିଭିନ୍ନ କ୍ଷେତ୍ରରେ ନିଜର କ୍ୟାରିୟର୍‌ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ । ଏହି କର୍ମଶାଳାରେ ବିଭିନ୍ନ ଆଇନ୍‌ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, ରିଡର୍‌ ଓ ଆଇନ୍‌ ବିଭାଗ ମୁଖ୍ୟ ଯୋଗ ଦେଇଥିଲେ । ଗଞ୍ଜାମ ଆଇନ୍‌ ମହାବିଦ୍ୟାଳର ଅଧ୍ୟକ୍ଷ ପ୍ରଫେସର ଡ.ଏନ୍‌ଏସ୍‌ ଜଗନ୍ନାଥ ରାଓ, ଆଚାୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟର ଆନ୍ଧ୍ରପ୍ରଦେଶର ସ୍ନାତକୋତ୍ତର ଗବେଷଣା ବିଭାଗର ପ୍ରଫେସର ଡ. ୱାଇପି ରାମା ସୁବାରହ, ଡ.ଆମ୍ବେଦର ଆଇନ୍‌ କଲେଜ ର ଅଧ୍ୟକ୍ଷ ପ୍ରଫେସର ଡ. ସୂର୍ଯ୍ୟ ପ୍ରକାଶ, ଆଡାମାସ୍‌ ବିଶ୍ୱବିଦ୍ୟାଳୟର କୋଲକାତାର ସ୍କୁଲ୍‌ ଅଫ୍‌ ଲୋ ଓ ଜଷ୍ଟିସ୍‌ ପ୍ରଫେସର ଡ. ସିଲା ରାମସୁନ୍ଦର, ସମ୍ବଲପୁର ଏଲ୍‌ଆର୍‌ ଆଇନ୍‌ କଲେଜର ରିଡର ଡ. ବିକ୍ରମ ଦାସ୍‌, ଆନ୍ଧ୍ରପ୍ରଦେଶର କି୍ରଷ୍ଣାଦେବରାୟା ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଓ ଡିନ୍‌ ପ୍ରଫେସର ଡ.ଏସ୍‌ଭି ପୁଲ୍ଲା ରେଡ୍ଡୀ, କଟକର ଏମ୍‌ଏସ୍‌ ଆଇନ୍‌ କଲେଜର ଅଧ୍ୟକ୍ଷ ପ୍ରଫେସର ଡ. ସୁକାନ୍ତ ନନ୍ଦ, ଲିଙ୍ଗରାଜ ଆଇନ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଏନ୍‌ସି ପଟ୍ଟନାୟକ ଯୋଗ ଦେଇଥିଲେ । ସେ ନିଜ ଅଭିଭାଷଣରେ ଆଇନ୍‌ ଶିକ୍ଷାକୁ ଅଧିକ ପ୍ରତିଯୋଗିତା ପୂର୍ଣ୍ଣ କରିବା ଜରୁରୀ ବୋଲି କହିଥିଲେ । ବ୍ରହ୍ମପୁର ବିଦ୍ୟାଳୟର ଆଇନ୍‌ ବିଭାଗର ମୁଖ୍ୟ ଓ ଡିନ୍‌ ପ୍ରଫେସର ଡ. ଭାଗିରଥି ପାଣିଗ୍ରାହୀ କର୍ମଶାଳାରେ ଯୋଗ ଦେଇ ନିଜ ଅଭିଭାଷଣରେ ଆଇନ୍‌ ଏକ ସାମାଜିକ ବିଜ୍ଞାନ ଓ ଦର୍ଶନ ବୋଲି କହିଥିଲେ । ଏହା ଉଭୟ ପରସ୍ପର ପରିପୁରକ ବୋଲି କହିଛନ୍ତି । ଆଇନ୍‌ ଶିକ୍ଷା ଓ ଆଇନ୍‌ ଜ୍ଞାନ ସମ୍ପର୍କିତ ପ୍ରଶ୍ନରେ ସେ କହିଥିଲେ ଯେ,ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକି୍ରୟା ଆଇନ୍‌ ଶିକ୍ଷା ଓ ଆଇନ୍‌ ଜ୍ଞାନ ଉଭୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ଗଞ୍ଜାମ ଆଇନ୍‌ ମହାବିଦ୍ୟାଳୟ ଏଭଳି ଜାତୀୟ କର୍ମଶାଳା ଆୟୋଜନ କରିବାରେ ସେକ୍ରେଟେରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଜାତୀୟ କର୍ମଶାଳାରେ ଓଡିଶା ହାଇକୋର୍ଟର ଅତିରିକ୍ତ ସରକାରୀ ଓକିଲ ଓ ଓଡ଼ିଶା ବାର୍‌ କାଉନସିଲ୍‌ର ସଦସ୍ୟ ଜ୍ଞାନ ରଞ୍ଜନ ମହାନ୍ତି ଯୋଗ ଦେଇ ଆଇନ୍‌ର ଉପଦେୟତା ସମ୍ପର୍କରେ ଅବଗତ କରାଇଥିଲେ । ଛାତ୍ରଛାତ୍ରୀ ମାନେ ନିୟମିତ ଆଇନ୍‌ ଅଧ୍ୟୟନ କରିବା ସହ ଏହାର ଗୁରୁତ୍ୱ ବିଶେଷ ଧ୍ୟାନ ଦେବା ଜରୁରୀ ବୋଲି କହିଥିଲେ । କର୍ମଶାଳାରେ ପ୍ରାୟତଃ ୩୦୦ରୁ ଉଦ୍ଧ୍ୱର୍ ଆଇନ୍‌ ଛାତ୍ର,ଛାତ୍ରୀ ବିଭିନ୍ନ ସ୍ଥାନରୁ ଆସି ଭାଗ ନେଇଥିଲେ । ଜାତୀୟ କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ସହଯୋଗ କରିଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ପରିଚାଳନା ଦାୟିତ୍ୱ ସହଯୋଗ କରିଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା