

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ଗୁରୁବାର ପୂର୍ବାହ୍ନରେ ସ୍ୱତନ୍ତ୍ର ମୁଟ କୋର୍ଟ କ୍ଳାସ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବାର ଆସୋସେସନର ବରିଷ୍ଠ ଆଇନଜୀବୀ ଶ୍ରୀହର୍ଷ ପ୍ରସାଦ ଦାସ ରିସୋର୍ସ ପ୍ରର୍ସନ ଭାବେ ଯୋଗଦେଇ ଉପସ୍ଥିତ ଆଇନ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମାର୍ଗ ଦର୍ଶାଇଥିଲେ । ମୁଟ କୋର୍ଟ ଅଭ୍ୟାସ ମାଧ୍ୟମରେ ଜଣେ ଆଇନ ଛାତ୍ର ସମାଜର ଜଣେ ସଫଳ ବୁଦ୍ଧିଜୀବୀ ଓ ଆଦର୍ଶ ମନୁଷ୍ୟ ହେବା ସହିତ ଜଣେ ସଫଳ ଆଇନଜୀବୀ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ଆସନ୍ତା ଦିନରେ ଗଞ୍ଜାମ ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ନଳିନୀ ଜେନା ସାମନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ କଲେଜରେ ମୁଟ କୋର୍ଟ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ଜଣାଯାଇଛି । ଏହି ସ୍ୱତନ୍ତ୍ର ମୁଟ କୋର୍ଟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବିବେକାନନ୍ଦ ଛୋଟରାୟ, ସମ୍ପାଦକ ସରୋଜ କୁମାର ସାମନ୍ତ, ମନୋଜ ସାମନ୍ତ, ମୁକେଶ ସାମନ୍ତ, ସୁଜାତା ରଥ, ନମିତା ପଣ୍ଡା, ସୀମାଞ୍ଚଳ ଗୌଡ଼ ପ୍ରମୁଖ କର୍ତ୍ତୃପକ୍ଷ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା
