

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ YWCA ବ୍ରହ୍ମପୁର ଓ ସାହା ସ୍ୱେଚ୍ଛାସେବୀ ସାଙ୍ଗଠନ ଆନୁକୂଲ୍ୟରେ ଛତ୍ରପୁର ନିକଟସ୍ଥ ରିକାପଲ୍ଲୀ ନିକଟ ଗଞ୍ଜାମ ଏଯୁକେଶନାଲ ହଷ୍ଟେଲ ପରିସରରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି l ଏହି ଆବସରରେ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ କରାଯାଇଛି l ଏହି ସଭାଟିକୁ ଆରମ୍ଭ କରି ଅଧ୍ୟକ୍ଷା ଲେନା ଚାନ୍ଦ ପରିବେଶ ଦିବସର ଉଦେଶ୍ୟ ଓ ବୃକ୍ଷ ରୋପଣ ଏବଂ ବାୟୁ ପ୍ରଦୁଶଣର ନିରାକରଣ ଉପରେ ଦୃଷ୍ଟିପାତ କରିଥିଲେ l ଆଲୋଚନା ଚକ୍ରରେ ସାନମାନିତା ଅତିଥି ଭାବରେ ସମାଜସେବି ତଥା ଶିକ୍ଷୟତ୍ରୀ ଅଙ୍ଗୁରୀଵାଲା ନାୟକ (ଉଦୟଗିରି ) ଛାତ୍ରଛାତ୍ରୀମାନେ ପିଲାଟି ବେଳୁ ଗଛ ଲଗେଇବା ଓ ତାର ଯତନ ନେବା ପ୍ରତି ମନଯୋଗୀ ହେବା ଉଚିତ ବୋଲି କହିଥିଲେ l ବ୍ରହ୍ମପୁରରୁ ସମାଜସେବୀ ନିଶାମଣି ନାୟକ (ସାହା ଅନୁଷ୍ଟାନ ର ବୋରିଷ୍ଟା ସଦସ୍ୟl) ଈଶ୍ଵରଙ୍କ ସୁନ୍ଦର ସୃଷ୍ଟିର ଉତ୍ତମଭାବେ ରକ୍ଷଣା ବେକ୍ଷନା କରିବା ଆମର କର୍ତବ୍ୟ ବୋଲି ଉକ୍ତି ରଖିଥିଲେ l ଫୋନି ପରି ବାତ୍ୟା ଦ୍ୱାରାନଷ୍ଟ ହୋଇଥିବା ବୃକ୍ଷ ଗୁଡିକ ପ୍ରତି ଚିନ୍ତା ବ୍ୟକ୍ତ କରି.. ସମସ୍ତେ ଅଧିକରୁ ଅଧିକ ଗଛ ଲଗେଇବା ନିମନ୍ତେ ଶପଥ ନେଇଥିଲେ l ହଷ୍ଟେଲର ପରିଚାଳନା ମୁଖ୍ୟ ପ୍ରଣବ ନାୟକ ଅନୁଷ୍ଠାନ ସମ୍ପର୍କରେ ବିବରଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଦେଇଥିଲେ l ଅନୁଷ୍ଠାନର ସମ୍ପାଦିକା ଇପ୍ସିତା ମହାନ୍ତି ସଦସ୍ୟାମାନେ ସବୁଜ ରଙ୍ଗର ପୋଷାକ ପିନ୍ଧି ସବୁଜ ପୃଥିବୀକୁ ସନମାନ ଦେଉଛୁ ବୋଲି ଉକ୍ତି ରଖି ଉପସ୍ଥିତ ସମସ୍ତଙ୍କୁ ଶେଷରେ ଧନ୍ୟବାଦ ଅର୍ପିନ କରିଥିଲେ l ପରେ ହଷ୍ଟେଲ ପରିସରରେ ବିଭିନ୍ନ ପ୍ରକରର ଚାରା ରୋପଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ YWCA, ସାହା ଓ ହଷ୍ଟେଲର ସଦସ୍ୟାମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


