ଛତ୍ରପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଡ଼ିଆଇଜି ଆଶୀଷ କୁମାର ସିଂ ଆଜି ଛତ୍ରପୁର ଆସି ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏସ୍ପିଙ୍କ ପ୍ରକୋଷ୍ଠରେ ବସି ଡ଼ିଆଇଜି ସମସ୍ତ କାଗଜ ପତ୍ର ଯାଞ୍ଚ କରି ହତ୍ୟା, ଲୁଟ ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଆମ ପୋଲିସ ପରି ବରିଷ୍ଠ ନାଗରିକ ସେଲ ମହିଳା ଶିଶୁ ଡେସ୍କ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ଗଞ୍ଜାମ ଏସ୍ପି ବିଜେଶ କୁମାର ରାୟ, ଡିଏସପି ଦିଲ୍ଲୀପ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା