

ଗଞ୍ଜାମ (ସମୃଦ୍ଧ ଓଡିଶା) ପ୍ରଦେଶ କଂଗ୍ରେସର ଆହ୍ୱାନ ଓ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ନିର୍ଦେଶକ୍ରମେ ଗଞ୍ଜାମ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ନିତ୍ୟ ଵ୍ୟଵହାର ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦ ନେଇ ଆଜି ବିକ୍ଷୋଭ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ସହର ସାନ ବଜାର ଠାରୁ ବ୍ଲକ ସଭାପତି ଏନ.ଗଣେଶ ରେଡିଙ୍କ ନେତୃତ୍ୟରେ କର୍ମୀ ଓ ସମର୍ଥକ ମାନଙ୍କୁ ନେଇ ନିଆରା ଢଙ୍ଗରେ ପଦଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କ ଅନୁପସ୍ଥିତି ଏବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ନିତ୍ୟବବାହାର ସାମଗ୍ରୀର ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର କରିବା ସହ ଚାଷୀ ମାନଙ୍କୁ କମ ସୁଧରେ ଋଣ ଯୋଗାଇଦେବା ନିମନ୍ତେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏକ ଶଗଡ଼ ଗାଡ଼ିରେ ବ୍ଲକ ସଭାପତି ଶ୍ରୀ ରେଡିଙ୍କ ସହ ଛତ୍ରପୁର ଅଞ୍ଚଳର କଂଗ୍ରେସ ନେତା ଭାଗିରଥି ବେହେରା ସବାର ହୋଇ ଦଳୀୟ କର୍ମୀଙ୍କ ଗହଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଧରେ ବିଭିନ୍ନ ନାରା ଦେଇ ବଡବଜାର ଦେଇ ପଦଯାତ୍ରାରେ ନଗର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସମ୍ପାଦକ ଟୁନା ଶତପଥୀ, ପର୍ଶୁରାମ ପରିଡା, ବି.ତାରିଣୀ ରେଡି, ମୁକୁନ୍ଦ ରେଡି, ଦୁର୍ଯ୍ୟୋଧନ ବେହେରା, ରାମଚନ୍ଦ୍ର ବେହେରା, କେ.ଦାଶରଥି ଦୋରା, କାଶୀନାଥ ଗୌଡ଼, ଏନ.କୁନା ରେଡି, ଡି.ଭୁବନି ରେଡି, ଶଙ୍କର ଗୌଡ଼ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ କଂଗ୍ରେସ ସମର୍ଥକ ଉପସ୍ଥିତ ରହିଥିଲେ ।


