

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ କବିସୂର୍ଯ୍ୟନଗର ପୋଲିସକୁ ବଡ ଧରଣର ସଫଳତା ମିଳିଥିବା ସୂଚନା ମିଳିଛି । ସୂଚନା ଅନୂଯାୟୀ ୧୮ମୋଟରସାଇକେଲ ଓ ଗୋଟିଏ ବୋଲେରୋ ଜବତ କରିଛନ୍ତି । ଏହାସହ ୪ ଗିରଫ ମଧ୍ୟ ହୋଇଛନ୍ତି । ଜବତ ସମସ୍ତ ଗାଡି ଭୁବନେଶ୍ୱର ଓ ଖୋର୍ଦ୍ଧା ଅଂଚଳର ହୋଇଥିବା କୁହାଯାଉଛି । ଗିରଫ ଅଭିଯୁକ୍ତ ମାନେ ବହୁ ଦିନ ଧରି ଲୁଟପାଟ କରି ଚାଲିଥିଲେ । ବର୍ତ୍ତମାନ ସେମାନଙ୍କୁ ଗଞ୍ଜାମ କବିସୂର୍ଯ୍ୟନଗର ପୋଲିସ ଧରିବାରେ ସଫଳ ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା