ଗଞ୍ଜାମ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ସଚିବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥାନାନ ଏସ.ଡବ୍ଲୁ.ଏମ ଅନ୍ତର୍ଗତ ଏମ.ସି.ସି ଓ ଏମ.ଆର.ଏଫର ଷ୍ଟାଟସ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ସହରାଞ୍ଚଳରେ ଶୁଖିଲା ଓ ଓଦା ଅଦରକାରୀ ବସ୍ତୁକୁ କିପରି ଉତ୍ତମ ପରିଚାଳନା କରି ବ୍ୟବହlର୍ଯ୍ୟ ଜିନିଷ ପ୍ରସ୍ତୁତ କରିହେବ ସେଥିପ୍ରତି ଫୋକସ କରିବାକୁ ଉପସ୍ଥିତ ସମସ୍ତ ଅର୍ବlନ ଲୋକାଲ ବୋଡର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ସହରାଞ୍ଚଳରେ କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଯୋଗୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ କାମ ଯୋଗେଇ ଦେଇ ପାରିଶ୍ରମିକ ଦେବାକୁ କହିଥିଲେ । ଏହାପରେ ଜାଗା ମିଶନରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ସହରାଞ୍ଚଳ କିପରି ସଦାସର୍ବଦା ସ୍ୱଚ୍ଛତା ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ରାସ୍ତା ପାର୍ଶ୍ୱରେ ପଡି ରହିଥିବା ବାଲି ଗୋଡିକୁ ତୁରନ୍ତ ସଫା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଖାଲି ପଡିଥିବା ଜାଗାରେ ସୃଚନ ଶକ୍ତି ସମ୍ପନ୍ନ ଚିନ୍ତା କରି ନୂତନ ଓ ସୁନ୍ଦର ପରିବେଶ ସୃଷ୍ଟି କରୁଥିବା ସ୍ଥାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ମୁନିସିପାଲିଟି ଡାଇରେକ୍ଟର ସଂଗ୍ରାମଜିତ ନାୟକ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ, ବି.ଏମ.ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ପି.ଡି. ଡୁଡା ସୁଦାମ ଚନ୍ଦ୍ର ମଣ୍ଡଳ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ଏନ.ଏ.ସି ଓ ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା