

ଛତ୍ରପୁର (ସମୃଦ୍ଧ ଓଡିଶା) ଦୁଇ ଦୁନିଆ ଗସ୍ତରେ ଆସିଥିବା ସଚିବ ବିଷୁପଦ ସେଠୀ ଆଜ ଗଞ୍ଜାମ ଜିଲ୍ଲାର ଛତ୍ରପୁର ମେଡିକାଲରେ ପହଞ୍ଚି ପରିଦର୍ଶନ କରି ପ୍ରଥମେ ଏମାରଜେନସି ୱାର୍ଡକୁ ଜାଇ ମେସିନକୁ ପାରକ୍ଷୀ ଦେଖିଥିଲେ ଏହାପରେ ଜଣେ ମହିଳା ଓ ଶିଶୁ ରୋଗୀଙ୍କୁ ମିଶି କଥାବାର୍ତ୍ତା ହେବା ପରେ ମେଡିକାଲ ମେନେଜର ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରି ବୁଝିଥିଲେ ଠିକ୍ ସମୟରେ ଔଷଧ ଓ ରୁଟି, ମିଲିସ୍, ଖିର, ଅଣ୍ଡା କେମିତି ଦିଆଯାଉଛି । ଏହାପରେ ନୂଆ ବିଲଡିଂରେ ପାଣିର ରୋଗୀଙ୍କ ପାଇଁ ପାଣିର ବ୍ୟବସ୍ଥା କରାଯାଇଛି କିନ୍ତୁ ସେଥିରେ ପାଣି ଆସୁନାହିଁ ବୋଲି ଜାଣିବାକୁ ପାଇଥିଲେ ଏହାପରେ ଜିଲ୍ଲାପାଳ ତୁରନ୍ତ ପିହେଚଡି କୁ ଫୋନ କରି ପାଣି ଛାଡିବାକୁ କହିଥିଲେ । ଏହାସହ ନିରାମୟ କେନ୍ଦ୍ରରେ ଔଷଧ ମିଳୁଛି କି ନାହିଁ ପଚାରି ବୁଝିଥିଲେ ପରେ ମେଡିକାଲର ସଫେଇ କାର୍ଯ୍ୟ କିପରି ହେଉଛି ପଚାରି ବୁଝିଥିଲେ । ରାତିରେ ଗୋଟିଏ ଡାକ୍ତର ରହୁଥିବାରୁ ରୋଗୀମାନେ ବାହାର ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ । ଏହାପରେ ଜିଲ୍ଲାପାଳ ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଚିବ ବିଷୁପଦ ସେଠୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ଛତ୍ରପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ କାହ୍ନୁ ଚରଣ ପାତ୍ର, ବରିଷ୍ଠ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା, ଚିକିତ୍ସାଳୟ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡାଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା








