ଗଞ୍ଜାମ ଜ଼ିଲ୍ଲାରେ ନିର୍ବାଚନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଓ ସଜାଗ ରହିଛି : ଏସ.ପି.

ଛତ୍ରପୁର(ସମୃଦ୍ଧଓଡିଶା) ଗଞ୍ଜାମ ଜ଼ିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ୨୦ ତାରିଖ ସୋମବାର ହେବାକୁ ଥିବା ସଧାରଣ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ଗଣମାଧ୍ୟମକୁ ଗଞ୍ଜାମ ଏସପି ଜଗମୋହନ ମୀନା କହିଛନ୍ତି । ଜ଼ିଲ୍ଲା ରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି । ଆସ୍କା ଲୋକସଭା ଅଧୀନ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ କନ୍ଧମାଳ ଲୋକସଭା ଅଧୀନ ଗୋଟିଏ ଭଞ୍ଜନଗର ସମେତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦ ତାରିଖରେ ହେବାକୁ ଥିବା ଭୋଟ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଉଛି ।ଗଞ୍ଜାମ ଜ଼ିଲ୍ଲା ର ୧୯୩୭ ଟି ବୁଥ୍ ରେ ହେବାକୁ ଥିବା ମତଦାନ ପାଇଁ ପୋଲିସ ପକ୍ଷରୁ ଟ୍ରାକିଙ୍ଗ ଚାଲିଛି ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ହୋଇଛି କରାଯାଇଛି । ସମ୍ବେଦନଶିଳ ବୁଥ ପ୍ରତି ପୋଲିସ ର କଡା ନଜର ରଖାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗଞ୍ଜାମ ଏସପି କହିଛନ୍ତି । ୩୦ଜଣ ସେକ୍ଟର ଅଫିସର, ୧୬୫ଟି ମୋବାଇଲ ପାର୍ଟି ନିର୍ବାଚନ ବେଳେ ଶୃଙ୍ଖଳାଗତ କାର୍ଯ୍ୟରେ ନଜର ରଖିବେ । କୌଣସି ଅଭିଯୋଗ ଆସିଲେ ୨୦ ମିନିଟ ମଧ୍ୟରେ ସେଠାରେ ଘଟଣାସ୍ଥଳରେ ପହଁଚିବେ ।କୌଣସି ସ୍ଥାନରେ ହିଂସାକାଣ୍ଡ ଘଟିଲେ କିମ୍ଵା ଲୁକ୍କାୟିତ ଭାବେ କେହି ବିଶୃଙ୍ଖଳା ଘଟାଉଥିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଭଳି ପଦକ୍ଷେପ ଗ୍ରହଣ କରାଯିବ । ୬୦ ପ୍ରତିଶତ ବୁଥ୍ ରେ ୱେବ-କାଷ୍ଟିଙ୍ଗ ବ୍ୟବସ୍ଥା କରାଯାଉଛି, ବୋଲି ଗଞ୍ଜାମ ଏସପି ଶ୍ରୀ ମୀନା କହିଛନ୍ତି । ଗଞ୍ଜାମ ଜ଼ିଲ୍ଲା ରେ ଆଇନ ଶୃଙ୍ଖଳାର ତଦାରଖ କରିବା ପାଇଁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର. କେ. ଶର୍ମା ଛତ୍ରପୁରରେ ପହଞ୍ଚି ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଧ୍ୟାନ ରଖିବା ସାଂଗକୁ ନିର୍ବାଚନି ପ୍ରସ୍ତୁତି ର ସମୀକ୍ଷା କରିଛନ୍ତି । ଏଥିସହ ଜ଼ିଲ୍ଲା ର ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଲେଖାଏ ନୂଆଁ ଅତିରିକ୍ତ ଏସପି ମୁତୟନ ହେବେ, ଏଥିସହ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨ ଜଣ ଲେଖାଏଁ ଡ଼ିଏସପି ଙ୍କୁ ଦାୟିତ୍ୱ ଦିଆଯାଇଛି । ଶନିବାର ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ରୁ ଇ.ଭି.ଏମ. ପହଞ୍ଚିଛି । ଇ.ଭି.ଏମ. ସୁରକ୍ଷିତ ଭାବେ ପହଞ୍ଚିବା ନେଇ ପୋଲିଂ ପାର୍ଟି ବୁଥ ଗୁଡିକୁ ପୋଲିସ r ସୁରକ୍ଷା ବଳୟ ସହ ଯାନ୍ତ୍ରିକ ଭୋଟିଂ ମେସିନ ପହଞ୍ଚାଯାଇଛି । ଏଥିପାଇଁ ପ୍ରତି ସେଣ୍ଟର ପାଇଁ ଜଣେ ଲେଖାଏଁ ଅତିରିକ୍ତ ଏସପି ଙ୍କୁ ସେଠାରେ ଦାୟିତ୍ୱ ଦିଆଯାଇଛି ୧୦ ରୁ ୧୩ ବୁଥ ଲାଗି ଗୋଟିଏ ଲେଖାଏଁ ପୋଲିସ ପେଟ୍ରୋଲିଙ୍ଗ ମୋବାଇଲ ପାର୍ଟି ର ବ୍ୟବସ୍ଥା କରାଯାଇଛି ୨୦ଟି କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି ।

ରିପୋର୍ଟ : ନିମାଇଁ ପଣ୍ଡା