ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ଚଢ଼ାଉ:୨୮ ଗିରଫ,ବିପୁଳ ପରିମାଣର ମଦ,ଗଞ୍ଜେଇ ଚଢ଼ାଉ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଗଞ୍ଜାମ ଅବକାରୀ ଜିଲ୍ଲାରେ ଅବକାରୀ ଚଢ଼ାଉକୁ ତ୍ଵରାନିତ କରାଯାଇଅଛି । ବିଗତ କିଛି ଦିନ ମଧ୍ୟରେ ୩୦ ଗୋଟି ଅବକାରୀ ମୋକଦମା ରୁଜୁ କରାଯିବା ସହ ୨୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ଏହି ଚଢ଼ାଉ ଫଳରେ ୩୭ କେଜି ଗଞ୍ଜାଇ, ୩୦୦୦ ଲିଟର ଗୁଡ଼ ପୋଚ, ୧୩୬୧ ଲିଟର ରନ୍ଧାମଦ, ୩୦ ଲିଟର ଭାଟି ମଦ, ୧୪ ଲିଟର ବିଦେଶୀ ମଦ, ୨୦ଲିଟର ଖଜୁରୀ ରସ ଓ ଏକ ମୋଟର ସାଇକେଲ ଜବତ କରାଯାଇଅଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ଏହି ଚଢ଼ାଉରେ ନିରୀକ୍ଷକ ଅଭିରାମ ବେହେରା, ଗଙ୍ଗାଧର ପାଇକରାୟ, ଶ୍ରୀଧର ହେମନ୍ତ, ଉପନିରୀକ୍ଷକ ମୋହନ ପ୍ରଧାନ, ପାର୍ଥ ରାଉତ, ଗୀତାଞ୍ଜଳି ସାହୁ, ନବସ୍ମିତା ନାୟକ, ବଳରାମ ସାହୁ ଓ ଉମାକାନ୍ତ ସ୍ୱାଇଁ ଓ ୩୦ ଜଣ ବିଭାଗୀୟ କର୍ମଚାରୀ ତଥା ପୋଲିସ କର୍ମଚାରୀ ଅଂଶ ଗ୍ରହଣ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା