ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ମକରଝୋଳ ଗ୍ରାମରେ ୨-ଫେଜ୍ ମେଗା ସ୍ୱାସ୍ଥ୍ୟ ସ୍କ୍ରିନିଂ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ବ୍ଲକ ଓ ପୌରାଞ୍ଚଳରେ ଥିବା ୧ଲକ୍ଷରୁ ଊର୍ଦ୍ଧ୍ୱ ପରିବାରର ସମସ୍ତ ସଦସ୍ୟଙ୍କ କରୋନା ଲକ୍ଷଣ ଅଛି କି ନାହିଁ ତାହାର ଥର୍ମାଲ ସ୍କ୍ରିନିଂ କରାଯିଵା ସହ ଯେଉଁ ମାନଙ୍କ କିଛି ଲକ୍ଷଣ ଥାଏ ସେହି ମାନଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ସଂଗ୍ରହ କରାଯିବ ବୋଲି ବ୍ଲକ ପ୍ରଶାସନ ସୂଚନା ଦେଇଛନ୍ତି । ଏହି ଟିମରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ସିଡିପିଓ ଶୁଭଶ୍ରୀ ପାତ୍ର, ବିଇଓ ବସନ୍ତ କୁମାର ପଣ୍ଡା ଅଂଶ ଗ୍ରହଣ କରିଥିଲେ । ପୂର୍ବରୁ ଅଙ୍ଗନବାଡି, ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ ବ୍ଲକ ଓ ପୌରାଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଆବଶ୍ୟକ ଔଷଧ ପ୍ରଦାନ କରିଥିଲେ । ବର୍ତ୍ତମାନ ରାଜ୍ୟ ବାହାରରୁ ଅନେକ ପ୍ରବାସୀ ଓଡ଼ିଆ ଆସି ସଙ୍ଗରୋଧ ଅବଧି ଶେଷ କରି ଘରକୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ରହିଛନ୍ତି । ଏହି କାର୍ଯ୍ୟକ୍ରମକୁ ୫ ଦିନ ମଧ୍ୟରେ ଶେଷ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା