ଗଞ୍ଜାମ ଜିଲ୍ଲାରେ କଂଗ୍ରେସକୁ ସୁଦୃଢ କରିବା ପାଇଁ ପ୍ରୟାସ ଜାରି:ଡା.ତ୍ରିନାଥ ବେହେରାଙ୍କ ସାଙ୍ଗଠନିକ ଉଦ୍ୟମ ପ୍ରସଂଶନୀୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମରେ ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ୬୯ ଜୋନର ବ୍ଲକ ସଭାପତିମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନବୀନ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବିଜେପିର ସମ୍ପ୍ରଦାୟକତା ନୀତି ବିରୁଦ୍ଧରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କାନ୍ଥରେ ଲେଖିବା ପାଇଁ ନିଷ୍ପତି ହୋଇଥିଲା. ଆସନ୍ତା ମାସରେ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଗଞ୍ଜାମ ଗ୍ରସ୍ତ ନେଇ ଆଲୋଚନା ହୋଇଥିଲା । ଜିଲ୍ଲାରେ ବିଜେପି ଦଳର ଅରାଜକତା ବିରୁଦ୍ଧରେ ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଦୀର୍ଘ ୧୮ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ସୁରାଟ ଗ୍ରସ୍ତ କରି ଓଡିଶା ଉତ୍ସବରେ ଯୋଗଦାନ କରିବା ଗଞ୍ଜାମର ଦାଦନ ଶ୍ରମିକମାନଙ୍କୁ ଅପମାନିତ କରିଛି ବୋଲି କର୍ମୀମାନେ ଅଭିଯାଗ କରିଥିଲେ । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଶିଳ୍ପ କାରଖାନା ପ୍ରତିଷ୍ଠା କରିବା ବିଫଳରେ ପରିଣତ ହୋଇଛି । ସେହିପରି କୃଷି ତଥା ଚାଷଜମିକୁ ପାଣି ଯୋଗାଇବା ପ୍ରତିଶୃତି ମଧ୍ୟ ବିଫଳହୋଇଛି । ସେଇଥି ପାଇଁ କାମ ଧନ୍ଦା ନ ପାଇ ଗଞ୍ଜାମଜିଲ୍ଲାର ଅଧିକାଂଶ ଯୁବକ ଦାଦନ ଖଟିବାକୁ ସୁରାଟ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ସେଠାକୁ ଯାଇ ୧୯ ବର୍ଷ ପରେ ଆଉ କଣ କରିବେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଜିଲ୍ଲା ସଭାପତି ଡା. ତ୍ରିନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଭୋକିଲୀ ସେଠି, ମନୋଜ ଜେନା, ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସ୍ୱରୂପା ତ୍ରିପାଠୀ, ଅନିଲ ପରିଡା, ନୃସିଂହ ମିଶ୍ର, ଦେବୀ କିଶୋର, ଧର୍ମା ରାଜୁ ରେଡ୍ଡୀ, ପଦ୍ମ ସାହୁ, ପର୍ଶୁରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା