

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆନ୍ତର୍ଜାତୀୟ ଯୁବ ଦିବସ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୨ରେ ପାଳନ କରାଯାଏ । ଯୁବ ଗୋଷ୍ଠୀଙ୍କୁ ଜାଗ୍ରତ କରିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜାତୀୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା ଏବଂ ଓଡିଶା ରାଜ୍ୟ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଗଞ୍ଜାମ ମିଳିତ ଉଦ୍ୟମରେ କଲେଜ୍ ଓ ସ୍କୁଲର ପିଲାମାନଙ୍କୁ ଏଚଆଇଭି, ଟିବି ସମ୍ପର୍କରେ ସଚେତନ କରାଇବା ଏବଂ ରକ୍ତଦାନ କରିବା ପାଇଁ ଆଗ୍ରହ ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ, ଏହି ସଚେତନତା କାର୍ଯ୍ୟକ୍ରମ ଅଗଷ୍ଟ ୧୨ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ-୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ । ଜିଲ୍ଲାରେ ଥିବା ସମସ୍ତ ଯୁବଗୋଷ୍ଠୀ ନିଜେ ସଚେତନ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସଚେତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ, ଯେଉଁ ଯୁବ ଗୋଷ୍ଠୀ ରାଜ୍ୟ ବାହାରେ ରହୁଛନ୍ତି, ସେମାନେ ଏଚ୍ଆଇଭି/ଟିବିରୁ କିପରି ମୁକ୍ତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଗଞ୍ଜାମ ଜିଲ୍ଲାରେ ବିବାହ ପୂର୍ବରୁ ଉଭୟ ପୁଅ ଓ ଝିଅ ଏଚ୍ଆଇଭି ପରୀକ୍ଷା କରାଇବା ପାଇଁ ଅନୁରୋଧ କରାଯାଇଛି । ସଂକ୍ରମିତ ମା ଠାରୁ ପିଲାଙ୍କୁ କିପରି ସଂକ୍ରମଣ ନ ହେବ ସେଥିପ୍ରତି ଆମ୍ଭେମାନେ ଯତ୍ନବାନ । ଏଡ଼ସ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଦେୟମୁକ୍ତ ଫୋନ୍ ନମ୍ୱର୍ ୧୦୯୭ରେ ଯେ କୌଣସି ଦିନ ଓ ସମୟରେ କଲ୍ କରନ୍ତୁ । ଆଜି ଏହି ଅବସରରେ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ କ୍ଷତ୍ରିୟବରପୁର ଠାରେ ଏକ କାର୍ଯ୍ୟକ୍ରମ ଅଧକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିବି ରୋଗର ଲକ୍ଷଣ, ଏହାର ନିରାକରଣ ଟିବି ରୋଗୀମାନଙ୍କୁ ମିଳୁଥିବା ସୁବିଧା, ଜିଲ୍ଲାରେ ଥିବା ଟିବି ପରୀକ୍ଷ। କେନ୍ଦ୍ର, ଏଚଆଇଭିର ଲକ୍ଷଣ, ଏହାର ନିରାକରଣ ମିଳୁଥିବା ସୁବିଧା ସମ୍ୱନ୍ଧରେ ବ୍ୟାପକ ଆଲୋଚନା କରାଯାଇଥିଲା କଲେଜ ଓ ସ୍କୁଲ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ବକୃତା, କୁଇଜ, ଚିତ୍ରାଙ୍କନ, ଗଳ୍ପ ଲିଖନ ଓ ଚେହେରା ଚିତ୍ର ପ୍ରଦର୍ଶନ ଇତ୍ୟାଦି ଆସନ୍ତା ୨୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲୁ ରହିବ । ଆଜିର ଏହି ସମାବେଶରେ ବିଭିନ୍ନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏଚଆଇଭି, ଟିବି ଓ ରକ୍ତଦାନ ଉପରେ ପଥପ୍ରାନ୍ତ ନାଟକ ସମସ୍ତଙ୍କୁ ଆକର୍ଷଣ କରିଥିଲା । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ତାଙ୍କର ଭିଡିଓ ବାର୍ତ୍ତା ପ୍ରଦାନ କରିଥିଲେ, ଏହି ବାର୍ତ୍ତାକୁ ବ୍ରହ୍ମପୁର ସହରରେ ଥିବା ଡିଜିଟାଲ ପରଦାରେ ପରିବେଷଣ କରାଯାଇଛି । ପିଲାମାନଙ୍କୁ ମଧ୍ୟ ଏଚଆଇଭି, ଟିବି ଓ ରକ୍ତଦାନ ଉପରେ ୧ମିନିଟ ଭିଡ଼ିଓ କରିବା ପାଇଁ ପରାମର୍ଶ ଦିଆଯାଇଛି । ଜାତୀୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା ଦ୍ୱାରା କରାଯାଇଥିବା ଭର୍ଚୁଆଲ୍ ମିଟିଙ୍ଗରେ ଗଞ୍ଜମ ଜିଲ୍ଲାର ଶହ ଶହ ଛାତ୍ରଛାତ୍ରୀ ମନରେ ଅଂଶ ଗ୍ରହଣ କରିଥିଲେ । କଲେଜରେ ହୋଇଥିବା କାର୍ଯ୍ୟକ୍ରମରେ ଅଧକ୍ଷ ବି. ଗୋବିନ୍ଦ ରାଓ, ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଏଡ଼ସ) ହେମନ୍ତ କୁମାର ଦଶ, ପ୍ରକଳ୍ପ ଅଧିକାରୀ (ଟିବି) ବିଦେଶୀ ଜେନା, ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ରେଡ଼କ୍ରସର କାଉନସିଲର ଦେବବ୍ରତ ସାହୁ, ଏନ.ବି.ସି କଲେଜ କେନ୍ଦୁପଦରର ରେଡ଼କ୍ରସ କାଉନସିଲର ହରିଶଙ୍କର ପାଣ୍ଡେ, ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ କ୍ଷତ୍ରିୟବରପୁରର କାଉନସିଲର ସୁଶାନ୍ତ କୁମାର ଲେଙ୍କା, କପିଳ ସାହୁ, ଅଙ୍କିତା ମହାରଣା, ପିଙ୍କି କୁମାରୀ ପଲେଇ ବିଷ୍ଣୁ ପ୍ରସାଦ ପଟନାୟକ, ଭାରତୀ ବିଶ୍ୱାଳ, ବିବେକାନନ୍ଦ କର, ବିଜୟଲକ୍ଷ୍ମୀ ପାଢ଼ୀ, ଆଇସିଟିସିର ପରାମର୍ଶ ଦାତ୍ରୀ ଅର୍ଚନା କୁମାରୀ, ଟେକନିସିଆନ ସୁମନ୍ତ କୁମାର ସ୍ୱାଇଁ, ବେଲଗୁଣ୍ଠା ବ୍ଲକର ଟିବି ସୁପରଭାଇଜର ଦୁର୍ଗା ପ୍ରସାଦ ପାତ୍ର ପ୍ରମୁଖ ଅଂଶଗ୍ରହଣ କରି ସେମାଙ୍କର ମୂଲ୍ୟବାନ ମତାମତ ଦେଇଥିଲେ ଓ ସମସ୍ତଙ୍କର ସହଯୋଗ କାମନା କରିଥିଲେ ବୋଲି ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
