

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ସମଗ୍ର ଟୀକାକରଣ ସେବା ଯୋଗାଇ ଦେବା ଲାଗି ଆଜି ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ବିଧାୟକ ସୁବାଷ ବେହେରା, ତହସିଲଦାର ନୀଳ ମାଧବ ଭୋଇ, ବିଡ଼ିଓ ଅମ୍ବିକା ଦାଶ, ସହରାଞ୍ଚଳ ପୌର ନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ, ସ୍ୱାସ୍ଥ୍ୟବିଭାଗୀୟ ଟୀକା କେନ୍ଦ୍ର ପରିଚାଳକ ସନ୍ତୋଷ ପଣ୍ଡା, ସ୍ୱଚ୍ଛସାଥି-କୋଡିନେଟର ସନ୍ତୋଶି ସାହୁ, ଏସ.ଦାଲେୟା ରେଡ୍ଡୀ, ପ୍ରଭାକର ବେହେରା ପ୍ରମୁଖ ବହୁ ସ୍ୱାସ୍ଥ୍ୟବିଭାଗ ଓ ପୌର କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଛନ୍ତି । ଛତ୍ରପୁର ସହରରେ କଲ୍ୟାଣମଣ୍ଡପ ଏବଂ ପୁତ୍ତିଗୋପାଳପୁର ଠାରେ ଦୁଇଟି ଟୀକାକରଣ-କେନ୍ଦ୍ର ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଞ୍ଚଳ ମହକୁମାରେ ବହୁ ସ୍ଥାନରେ ଟୀକାକରଣ କେନ୍ଦ୍ରମାନ ଖୋଲା ଯାଇଛି । ଏ ସବୁ ସ୍ଥାନ ମାନଙ୍କରେ ଉଚ୍ଚପଦସ୍ଥ ଅଧିକାରୀ ମାନେ କର୍ତ୍ତବ୍ୟରତ ଥିବା ଜଣାଯାଇଛି ।

