ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସେହି ବୈଠକରେ ଗଞ୍ଜାମ ଜିଲ୍ଲାର କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବ ବୋଲି ପିସିସି କମିଟି କହିଛନ୍ତି । ସୂଚନାଅନୁଯାୟୀ ପ୍ରବେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଆଜି କଟକ ବିଧାୟକ ମହମ୍ମଦ ମୁକିମଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଶୁଭେନ୍ଦୁ ମହାନ୍ତି, କବିତା ପରିଡା, ବିଶ୍ୱଜିତ ଦାସ, ମହିଳା କଂଗ୍ରେସ ସଭାନେତ୍ରୀ ସ୍ୱରୂପ ତ୍ରିପାଠୀ ପ୍ରଭୃତି ଏକ ପ୍ରତିନିଧି ମଣ୍ଡଳ ଗଞ୍ଜାମ ଜିଲ୍ଲାରେ ଗତ ନିର୍ବାଚନରେ ଦଳର ପରାଜୟର ସମୀକ୍ଷା କରିବା ପାଇଁ ସ୍ଥାନୀୟ ବାପୁଜୀ ଆଶ୍ରମ ଠାରେ ଆୟୋଜିତ ବୈଠକରେ ଯୋଗଦେଇ ଜିଲ୍ଲାର ସମସ୍ତ ଜୋନ ସଭାପତି ନିର୍ବାଚନରେ ପ୍ରତିଦ୍ୟକ୍ଷିତା କରିଥିବା ପ୍ରାର୍ଥୀମାନଙ୍କ ସମେତ ଜିଲ୍ଲା କଂଗ୍ରେସ ନେତା ତଥା ଜିଲ୍ଲା ସଭାପତି ତ୍ରିନାଥ ବେହେରା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ପ୍ରଭୃତିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଏହାପରେ ନିର୍ବାଚନରେ କଂଗ୍ରେସ ଦଳର ଜିଲ୍ଲାରେ ସଂଗଠନିକ ଯୁବକ ସାଙ୍ଗକୁ ଅର୍ଥର ଅଭାବ କଂଗ୍ରେସର ପରାଜୟର ପ୍ରମୁଖ କାରଣ ବୋଲି ଯୁକ୍ତି ଉପସ୍ଥାପନା କରି କର୍ମୀମାନେ କହିଥିଲେ । ଏହାସହ ଜିଲ୍ଲାରେ କଂଗ୍ରେସ ଦଳ ଯେଉଁମାନଙ୍କୁ ଦୀର୍ଘ ଦିନ ଧରି ବିଶ୍ୱାସ କରି ନେତୃତ୍ୱ ଦେଇ ଦଳ ଟିକଟ ଦେଇଥିଲା ସେମାନେ ଶେଷ ମୁହୂର୍ତ୍ତରେ ଦଳ ଛାଡିବା ଓ ଦଳ ପ୍ରତି ବିଶ୍ୱାସ ଘାତକତା କରିବା ଯୋଗୁ ଜିଲ୍ଲାରେ କଂଗ୍ରେସର ଭୋଟ ହାର କମିଯାଇଛି ବୋଲି କହିଥିଲେ । ଆସନ୍ତା ନିର୍ବାଚନ ତଥା ଆଗାମୀ ନିର୍ବାଚନ ପୂର୍ବରୁ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବା ସହ ଦଳ ବିରୋଧୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦଳକୁ ସୁଦୃଢ଼ କରିବା ପାଇଁ ଜୋନ ସ୍ତରରୁ ବ୍ୟାପକ ପରିବର୍ତ୍ତନ କରାଯାଇ ଅର୍ଥନିରପେକ୍ଷତା, ସାମନ୍ତବାଦ, ପୁଞ୍ଜିବାଦ, ଜାତିବାଦ, ଅନ୍ଧ ବିଶ୍ୱାସ, କୁସଂସ୍କାର ବିରୋଧୀ କଂଗ୍ରେସ ଆଦର୍ଶରେ ବିଶ୍ୱାସୀ ଲୋକଙ୍କୁ ଦଳରେ ସାମିଲ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା