ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଲାଞ୍ଜିପଲ୍ଲୀସ୍ଥିତ ଗୁମରଫ ନ୍ୟୁଜ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଡିଜିଟାଲ ମିଡ଼ିଆଗୁଡିକୁ ନେଇ ଏକ ଆସୋସିଏସନ ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦୁନିଆ ହାଲଚାଲ ଡିଜିଟାଲ ମିଡ଼ିଆର ସମ୍ପାଦକ ରମେଶ ଚନ୍ଦ୍ର ପାତ୍ରଙ୍କ ଅବାହକତ୍ୱରେ ଗୁମରଫ ନ୍ୟୁଜର ସମ୍ପାଦକ ପ୍ରକାଶ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ । ଏହି ଅବସରରେ ଉପସ୍ଥିତ ପ୍ରତିନିଧିମାନଙ୍କ ପ୍ରସ୍ତାବ କ୍ରମେ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ଉପଦେଷ୍ଠା ଭାବେ ବରିଷ୍ଠ ସାମ୍ବାଦିକ ତଥା ଗୁମରଫ ନ୍ୟୁଜର ସମ୍ପାଦକ ପ୍ରକାଶ ଚନ୍ଦ୍ର ମିଶ୍ର, ଆହ୍ୱାନ ଇ-ପତ୍ରିକାର ସମ୍ପାଦକ ଡା. ଜ୍ୟୋତି ପଟ୍ଟନାୟକ, ନୀତେଶ କୁମାର ସାହୁ, ଆଇନ ପରାମର୍ଶଦାତା ଭାବେ ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଭାବେ ଜିଲ୍ଲା ଖବର ଡିଜିଟାଲ ମିଡ଼ିଆର ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା, ଉପଦେଷ୍ଠା ଉତ୍କଳ ଖବର ସମ୍ପାଦକ ନୃସିଂହ ଚରଣ ପାଢ଼ୀ ଓ କୋଷାଧ୍ୟକ୍ଷ ଭାବେ ଜୀବନାନନ୍ଦ କରଙ୍କୁ ମନୋନୀତ କରାଯାଇଥିଲା । ଏହାପରେ ମୁଖ୍ୟତ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡି.ଏସ.ଏଲ.ଆର ଡିଜିଟାଲ ମିଡ଼ିଆର ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ସମେତ ବିଚିତ୍ର ସାହୁ, ନାରାୟଣ ସାହୁ, ଅନନ୍ତ ରାମ ପ୍ରଧାନ, ଗଣେଶ କୁମାର ସାହୁ, ବିଜୟ କୁମାର ଗୌଡ଼, କୂରେଶ ପାଣିଗ୍ରାହୀ, ସୁଶାନ୍ତ କର ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା