ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୧୨ଜଣ ନୂଆ ସ୍ପେସାଲିଷ୍ଟ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଏହି ୧୨ଜଣ ଡାକ୍ତର ବିଭିନ୍ନ ମେଡ଼ିକାଲ କଲେଜରୁ ପିଜି ପାଶ କରିବା ପରେ ନିଯୁକ୍ତି ପାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୭ ତାରିଖରେ ଆସିଥିବା ଚିଠି ନଂ.୨୫୯୩୨ରୁ ଏହା ଜଣାପଡ଼ିଛି । ୧୧୬ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେଥିରୁ ୧୨ ଜଣ ଗଞ୍ଜାମ ଜିଲ୍ଲା ପାଇଁ ରହିଛନ୍ତି । ଭଞ୍ଜନଗର ହସ୍ପିଟାଲ ନିମନ୍ତେ ଚକ୍ଷୁ ବିଶେଷଜ୍ଞ ଚନ୍ଦନ କୁମାର ମେକାପ, ଇଏନଟି ବିଶେଷଜ୍ଞ ସତ୍ୟ ରଞ୍ଜନ ମହାପାତ୍ର ଓ ଡା. ରଶ୍ମିତା ବେହେରାଙ୍କୁ ନିଯୁକ୍ତି ମିଳିଛି । ସେହପରି ଛତ୍ରପୁର ହସ୍ପିଟାଲକୁ ଭେଷଜ ବିଶେଷଜ୍ଞ ସୁଶାନ୍ତ କୁମାର ନାହକ, ହିଞ୍ଜିଳି ହସ୍ପିଟାଲକୁ ଭେଷଜ ବିଶେଷଜ୍ଞ ସୌମ୍ୟ ରଞ୍ଜନ ମହାନ୍ତି, ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସର୍ଜରୀ ବିଶେଷଜ୍ଞ ସତୀଶ କୁମାର ପାତ୍ର, ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସର୍ଜରୀ ବିଶେଷଜ୍ଞ ଇତିଶ୍ରୀ ଦାସ ଓ ଶିଶୁ ବିଶେଷଜ୍ଞ ମିନାକ୍ଷୀ କୁମାରୀ ସାହୁଙ୍କୁ ନିଯୁକ୍ତି ମିଳିଛି । ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସର୍ଜରୀ ବିଶେଷଜ୍ଞ ପଞ୍ଚାନନ ପାଣିଗ୍ରାହୀ, କୋଦଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶିଶୁ ବିଶେଷଜ୍ଞ ସୁଜିତ କୁମାର ବେହେରା, ବ୍ରହ୍ମପୁର ସିଟି ହସ୍ପିଟାଲକୁ ଡା.ବାପୁ ନାୟକ, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭେଷଜ ବିଶେଷଜ୍ଞ କେଦାରନାଥ ପରିଜାଙ୍କୁ ନିଯୁକ୍ତି ମିଳିଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା