

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ମାସ ୮ ତାରିଖ ଠାରୁ ଆରମ୍ଭ ହୋଇ ୧୩ ତାରିଖରେ ସମାପ୍ତ ହେବାକୁ ତୃତୀୟ ଜାତୀୟ ଜୁନିୟର ମହିଳା ବକ୍ସିଂ ପ୍ରତିଯୋଗିତା ହରିୟାଣା ରାଜ୍ୟର ରହାତକ ସହରରେ ଅନୁଷ୍ଠିତ ହେବ । ଓଡ଼ିଶାର ୬ ଜଣିଆ ବକ୍ସିଂ ଦଳରେ ଗଞ୍ଜାମ ଜିଲ୍ଲାର ୩ ଜଣ ବକ୍ସର ସ୍ଥାନ ପାଇଛନ୍ତି । ସେମାନେ ହେଲେ ରାଣୀ ଦାସ, ଅନୁରାଧା ଜେନା, ଆରୁସ୍ମିତା ପାଣିଗ୍ରାହୀ । ଏହି ବକ୍ସର ମାନେ ବ୍ରହ୍ମପୁର ଷ୍ଟାଡିୟମରେ ପ୍ରାକ୍ଟିସ କରୁଥିଲେ । ଏହି ଦଳର କୋଚ ଭାବେ ଗୌରୀ ପଣ୍ଡା, ଭି. ରେଜେଶ୍ବରୀ ରେଡି ମ୍ୟାନେଜର ଭାବେ ଏମ.ଏମ ପାଣିଗ୍ରାହୀ ଓ ଜାତୀୟ ରିଫେରୀ ସ୍ଥାନୀୟ କୋଚ ଶିଶିର କୁମାର ପାଣିଗ୍ରାହୀ ମଧ୍ୟ ଯାତ୍ରା କରୁଛନ୍ତି । ଏହି ଦଳ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଜିଡିଏଏ ର ସମ୍ପାଦକ ଅଶୋକ କୁମାର ସାହୁ, ବକ୍ସିଂ ସମ୍ପାଦକ କେ. ପ୍ରଭାକର ରାଓ, ଅରକ୍ଷିତ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ପାଢ଼ୀ ଓ ବ୍ରହ୍ମପୁର ଷ୍ଟାଡିୟମର ସମସ୍ତ କର୍ମକର୍ତ୍ତା ବ୍ରହ୍ମପୁର ଷ୍ଟାଡିୟମରେ ଅଭ୍ୟାସ କରୁଥିବା ସମସ୍ତ ସିନିୟର ବକ୍ସରଙ୍କ ସମେତ ଆନ୍ତର୍ଜାତୀୟ ବକ୍ସର ମମତା କୁମାରୀ ପଣ୍ଡା ଶୁଭେଚ୍ଛା ଜଣାଇବା ସହ ଆଶା ପ୍ରକଟ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


