

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅବକାରୀ ସିପାହୀ ସଂଘର ଏକ ଜରୁରୀ ବୈଠକ ଛତ୍ରପୁର ସ୍ଥିତ ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗତକାଲି ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଏଥିରେ ସଂଘର ସଭାପତି ଦିଲୀପ କୁମାର ସାମନ୍ତ, ସଂପାଦକ ଜଗନ୍ନାଥ ଶତପଥୀ, ଉପସଭାପତି ମହେଶ୍ୱର ପ୍ରଧାନ, ଯୁଗ୍ମ ସଂପାଦକ କେ.ହେମବତୀ ରେଡ୍ଡୀ ଓ ସୁକାନ୍ତ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଭାବେ ମଧୂସୁଧନ ଜାନୀକୁ ନିର୍ବାଚିତ କରାଯାଇଛି । ଏଥିରେ ଅବକାରୀ ଅଧିକ୍ଷିକ ରାମଚନ୍ଦ୍ର ମିଶ୍ର ଅଂଶ ଗ୍ରହଣ କରି ନୂତନ କର୍ମକର୍ତ୍ତାଙ୍କୁ ପାଠ କରାଇଥିଲେ ଓ
ଗଞ୍ଜାମ ଅବକାରୀ ସିପାହୀ ସଂଘର ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଇନ୍ସପେକ୍ଟର ପ୍ରଶାନ୍ତ କୁମାର କଅଁର, ଗଙ୍ଗା ପାଇଖରାୟ ଓ ଆସିଫ ଅଲ୍ଲୀ, ସବଇନ୍ସପେକ୍ଟର ଦୁର୍ଯ୍ୟୋଧନ ଦିଗାଳ ଓ ଉମାକାନ୍ତ ସ୍ୱାଇଁ, ଓଡିଶା ଅବକାରୀ ସିପାହୀ ମହାସଂଘର ସଂପାଦକ ରଞ୍ଜନ ପାଢ଼ୀ ଓ ଉପସଭାପତି ପ୍ରଦୀପ କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

