ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା କଂଗ୍ରେସର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଓ ମହାନଗର କଂଗ୍ରେସ କର୍ମକର୍ତ୍ତାମାନେ ପୁରୁଣା ବସଷ୍ଟାଣ୍ଡରେ ଏକତ୍ରିତ ହୋଇ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହାପରେ ଏକ ରାଲି ଅନୁଷ୍ଠିତ କରି କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ବାପୁଜୀ ଆଶ୍ରମକୁ ଯାଇଥିଲେ ଏବଂ ସେଠାରେ ସାଧାରଣ ସଭା ଅନୁଷ୍ଠିତ କରିଥିଲେ । ସେଥିରେ ଦଳୀୟ ନେତୃବୃନ୍ଦମାନେ ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହେବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଜିଲ୍ଲା ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ବ୍ରହ୍ମପୁର ମହାନଗର ସଭାପତି ପ୍ରମୋଦ କୁମାର ଜେନା, ଭୋକାଲି ସେଠି, ସିଦ୍ଧାନ୍ତ ସାହୁ, ବିଜୟରାଜ ପାଣିଗ୍ରାହୀ, ଅନିରୁଦ୍ଧ ପାତ୍ର, ସ୍ୱରୂପା ତ୍ରିପାଠୀ, ପ୍ରତିମା ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା