

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୭୫ତମ ସ୍ୱାଧୀନତା ଦିବସ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଅନୁପସ୍ଥିତିରେ ଅଖିଳ ଭାରତୀୟ କିଷାନ କଂଗ୍ରେସର ଯୁଗ୍ମ ସଂଯୋଜକ ରଶ୍ମିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ଜାତୀୟ ସଙ୍ଗୀତ, ରାଷ୍ଟ୍ର ଗୀତ ଗାନ କରି ଏକ ପଦଯାତ୍ରାରେ ବାହାରି ସହରରେ ଥିବା ମହିୟସୀ ମହିଳା ଆଉ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ପଦଯାତ୍ରା ପରେ ବାପୁଜି ଆଶ୍ରମ ଠାରେ ଗରିବ ଲୋକଙ୍କୁ ଚାଉଳ ବଣ୍ଟନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସେବାଦଳ ମୁଖ୍ୟ କିଶୋର କପୂର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା ଆଇନ ସେଲର ମୁଖ୍ୟ ରବୀନ୍ଦ୍ର କୁମାର ଦେଓ, ଗଞ୍ଜାମ ଜ଼ିଲ୍ଲା ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଙ୍ଘଠନ ପ୍ରଭାରୀ ବିସ୍ମୟ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦିକା ବନଜା ପଣ୍ଡା, ଜିଲ୍ଲା ଉପସଭାପତି ମହେଶ୍ୱର ପାତ୍ର, ଜିଲ୍ଲା ସମ୍ପାଦକ ଦଣ୍ଡ ପାତ୍ର, ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ସାହୁ, ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ବ୍ରହ୍ମପୁର ନଗର ସଭାପତି ସିଦ୍ଧାନ୍ତ କୁମାର ସାହୁଙ୍କ ସମେତ ବହୁ କର୍ମୀ, ନେତା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


