

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ତାରାତାରିଣୀ ଛକ ଠାରେ ଅବସ୍ଥାପିତ ସଂଘ କାର୍ଯ୍ୟାଳୟ ଠାରେ ସଭାପତି ଅନୀଲ କୁମାର ପାତ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ନିମ୍ନୋକ୍ତ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା ।
୧. ଯଥାଶୀଘ୍ର କଳାକାରଙ୍କୁ କଳା ପ୍ରଦର୍ଶନ ପାଇଁ ଅନୁମତି ପ୍ରଦାନ ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରାଗଲା ।
୨. ଆସନ୍ତା ଡିସେମ୍ବର ମାସରେ ସରକାରଙ୍କ ଦ୍ୱାରା ନିର୍ଧାରିତ ନିୟମ ଅନୁସାରେ ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତୀ ନିଆଗଲା ।
୩. ପ୍ରତେକ କଳାକାର ତାଙ୍କର ଗୁଜୁରାଣ ମେଣ୍ଟାଇ ନପାରି ସଂଘରେ ସେମାନଙ୍କର ଦୁଃଖ ଜଣେଇଥିଲେ । ସଂଘର ସଭାପତି ଓ କର୍ମକର୍ତା ମାନେ ଆଗାମୀ ଦିନରେ କିପରି ଭାବରେ କଳା ପରିବେଷଣ କରାଯିବ ସେଥିପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାପାଇଁ ଆଲୋଚନା କରାଗଲା ।
୪ . ଡିସେମ୍ବର ୧୬ ତାରିଖରେ ସଂଘର ବାର୍ଷିକ ସମ୍ମିଳନୀ ଆଡମ୍ବର ସହକାରେ ନହୋଇ ନିରାଡ଼ମ୍ବର ଭାବରେ କାର୍ଯ୍ୟକାରିଣୀ କମିଟିିଙ୍କ ଉପସ୍ଥିତିରେ କରାଯିବ ବୋଲି ସଂଘରେ ନିଷ୍ପତି ନିଆଗଲା ।
ଗଞ୍ଜାମ ଜିଲ୍ଲା କଳାକାର ମହାସଂଘର ସଭାପତି ଅନୀଲ କୁମାର ପାତ୍ର କାର୍ଯ୍ୟକାରୀ ସଭାପତି, ସୁଶାନ୍ତ ପଟ୍ଟନାୟକ, ଉପଦେଷ୍ଟା ନାଟ୍ୟପ୍ରଦୀପ ମଦନ ମିଶ୍ର, ସାଧାରଣ ସମ୍ପାଦକ ଶୁଭେନ୍ଦ୍ର କୁମାର ପାଢୀ (ଟୁଟୁ ପାଢ଼ୀ), କାହ୍ନୁ ମହାପାତ୍ର, ମୁରଲୀ ରେଡି, ସୀମାଞ୍ଚଳ ମହାନ୍ତି, ସପନ ପ୍ରଧାନ, ଜନାର୍ଦନ ବେହେରା, ଶିବରାମ ପ୍ରଧାନ, ପଙ୍କଜ ବାରିକ, ଚିରଞ୍ଜିବି ସାହୁ, ସନ୍ତୋଷ ବେହେରା, ଜି ଦୈତାରି, ବସନ୍ତ, ନାରାୟଣ, ସୁଜିତ, ପବିତ୍ର, ସୀମାଞ୍ଚଳ, ମିଟୁ ଦୋରା ସମସ୍ତ କଳାକାର ଏହି ବୈଠକରେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

