



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ୫୮ତମ ଜିଲ୍ଲା ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ରହ୍ମପୁରର କ୍ରିଏଟିଭ ସ୍ପୋର୍ଟ କ୍ଲବ ଦଳଗତ ବିଜେତା ହୋଇଥିବା ବେଳେ ଓଡିଶା ଜେଲ ଟ୍ରେନିଂ ସ୍କୁଲ ଉପବିଜେତା ହୋଇଛି । ପୁରୁଷ ୧୪ ବର୍ଷରୁ କମ ବର୍ଗରେ ଗୋପାଳପୁର କେନ୍ଦ୍ରୀୟ ବିଦ୍ୟାଳୟର ଅମନ ରାଜ, ୧୬ ବର୍ଷରୁ କମ ବର୍ଗରେ ଭଞ୍ଜନଗରର ସୌମ୍ୟରଞ୍ଜନ ତାରିଣୀ, ବରିଷ୍ଠ ବର୍ଗରେ ଅଞ୍ଜନ କୁମାର ଦାସ ବିଜେତା ହୋଇଛନ୍ତି । ସେହପରି ମହିଳା ୧୬ ବର୍ଷରୁ କମ ବର୍ଗରେ ଛତ୍ରପୁର ଏସଏସସଭିଏମର ଉତ୍କଳିକା ପଟ୍ଟନାୟକ, ବରିଷ୍ଠ ବର୍ଗରେ ଉତ୍କଳିକା ପ୍ରଧାନ ବିଜେତା ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଯୁବ ନେତା ବିକ୍ରମ ପଣ୍ଡା,ବନମାଳୀ ସେଠି, ଜିଡିଏଏ କାର୍ଯ୍ୟକାରୀ ସଭାପତି ଡା. ଏନସି ପାଢ଼ୀ, ଉପସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ତାରିଣୀ ସାମନ୍ତରା, ଯୁଗ୍ମ ସମ୍ପଦକ ସନ୍ତୋଷ ସାହୁ, ଶରତ ମହାପାତ୍ର, ବସନ୍ତ ପାଣିଗ୍ରାହୀ, ଦୌଡ଼କୁଦ ସହ ସମ୍ପାଦକ ସୁରେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରି କୃତୀ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା ବର୍ଷ ଏହି ପ୍ରତିଯୋଗିତା ଛତ୍ରପୁରରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଘୋଷଣା କରିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


