ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଗସ୍ତରେ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଆସି ଛତ୍ରପୁର ସବ ଜେଲକୁ ପରିଦର୍ଶନ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଛତ୍ରପୁର ସବ ଜେଲର ବିଭିନ୍ନ ଭିତ୍ତିଭୂମି ତଦାରଖ କରିଥିବା ଅନ୍ତେବାସୀଙ୍କ ସେମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନ କରିଥିଲେ । ଜେଲର କେତେକ କକ୍ଷ ମରାମତି କରିବାର ରହିଥିବା ବେଳେ ଆଉ କେତେକ କକ୍ଷ ଚଟାଣରେ ଟାଇଲ କାର୍ଯ୍ୟ କରାଯିବାର ରହିଛି । ସେହିପରି ଜେଲ ପରିସରରେ ଆଦର୍ଶ ରୋଷେଇ ଗୃହ ନିର୍ମାଣ କରାଯିବ । ଅନ୍ତେବାସୀଙ୍କ ଖାଦ୍ୟର ମାନଗୁଣକୁ ମଧ୍ୟ ଡିଜି ଶ୍ରୀ ଉପାଧ୍ୟାୟ ନିରୀକ୍ଷଣ କରିଥିଲେ । ଜେଲ ପରିସରରେ ଥିବା ପାଚେରୀକୁ କିଛି ସ୍ଥାନରେ ଉଚ୍ଚା ଓ ନିଚା କରିବାକୁ କୁହାଯାଇଛି । କେତେକ ଅନ୍ତେବାସୀ ଏହି ଜେଲରୁ ଅନ୍ୟତ୍ର ଜେଲକୁ ସ୍ଥାନାନ୍ତର ହେବା ପାଇଁ ଡିଜିଙ୍କ ଠାରେ ନିବେଦନ କରିଥିଲେ । ଜେଲ ଭିତରେ ୧୫୭ ଜଣ ଅନ୍ତେବାସୀ ରହୁଥିବା ବେଳେ ସେଥିମଧ୍ୟରୁ ୬ ଜଣ ମହିଳା ଅନ୍ତେବାସୀ ଅଛନ୍ତି । ମହିଳା ଅନ୍ତେବାସୀଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯାଇଛି । ଗତ ୬ ତାରିଖରେ ଜେଲ ପାଚେରୀ କବିରାଜ ବେହେରା ନାମକ ଜଣେ ଅନ୍ତେବାସୀ ଚମ୍ପଟ ମାରିଥିବା ବେଳେ ପୋଲିସ ସହାୟତାରେ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଜଣେ କର୍ମଚାରୀ ଚିତ୍ତ ରଞ୍ଜନ ନାୟକଙ୍କୁ ନିଲମ୍ବିତ କରାଯାଇ କାର୍ଯ୍ୟାନୁଷ୍ଠାନ ପରେ ଉକ୍ତ କର୍ମଚାରୀଙ୍କୁ ସୋରଡ଼ା ଜେଲରେ ପୁନଃ ନିଯୁକ୍ତି ଦିଆଯାଇଛି ବୋଲି ଜେଲ ଡିଜି କହିଛନ୍ତି । ପରେ ନିର୍ମାଣାଧୀନ ଜେଲ କ୍ଵାଟର ଗୁଡିକୁ ଡିଜି ତଦାରଖ କରିଥିଲେ । ଡ଼ିଜିଙ୍କ ପରିଦର୍ଶନ ବେଳେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ରେଞ୍ଜ ଜେଲ ଡିଆଇଜି ରଘୁନାଥ ମାଝୀ, ଛତ୍ରପୁର ଅଧିକ୍ଷକ ଶୁଭସ୍ମିତା ବିଶ୍ୱାଳ, ଉପଅଧିକ୍ଷକ ପ୍ରଫୁଲ କୁମାର କବି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା