

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୋଲିସ୍ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ଯାଞ୍ଚ କରାଯାଇ ୪୭ ହଜାର ୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୋଲିସ୍ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ଟ୍ରାଫିକ୍ ନିୟମ ଅବମାନନା ନେଇ ୩୨ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ବିନା ମାସ୍କ ଧାରୀ ମାନଙ୍କ ଠାରୁ ୧୫ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନାରେ ୧୫ଟି ଅବକାରୀ ମାମଲା ରୁଜୁ କରାଯାଇ ୩୯୨.୭ ଲିଟର ମଦ ଜବତ କରାଯିବା ସହ ୧୫ ଜଣଙ୍କୁ ଗିରଫ୍ କରାଯାଇଥିବା ଗଞ୍ଜାମ ପୋଲିସ୍ ଜିଲ୍ଲା ମୁଖ୍ୟାଳୟରୁ ଟୁଇଟ ଯୋଗେ ସୂଚନା ମିଳିଛି ।
