

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଛତ୍ରପୁର ସହରାଞ୍ଚଳରେ ଚିହ୍ନଟ ହୋଇଥିବା ଅସହାୟ, ଗରୀବ ଓ ଭୋକିଲା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ନିଜେ ସାମିଲ ହୋଇ ଖାଦ୍ୟ ପକେଟ ବଣ୍ଟନ କରିଥିବା ଦେଖିବାକୁ ମିଳିଛି ।
