

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବାବାଜିତୋଟା ଓଡେନ ହୋଟେଲ ସମ୍ମିଳନୀ କକ୍ଷରେ ସନ୍ତୋଷ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବସ୍ ମାଲିକ ସଂଘ । ଏହି ବୈଠକରେ ସମସ୍ତ ସଦସ୍ୟ ମିଳିତ ହୋଇ ସଭାପତି ଭାବେ ରମେଶ ଚନ୍ଦ୍ର ଜେନାଙ୍କୁ ଚୟନ କରିଥିବା ବେଳେ ସେକ୍ରେଟାରୀ ଭାବେ ସନ୍ତୋଷ କୁମାର ପତି, ଏଡ଼ଭାଇଜର ଭାବେ ମୁନୀର ବେଗ ଓ ଦୁର୍ଯ୍ୟଧନ ସାହୁ, ଜଇଣ୍ଟ ସେକ୍ରେଟାରୀ ଭାବେ ବି.ଦୁର୍ଗା ପ୍ରସାଦ ରାଓ ଓ ରାଧାକାନ୍ତ ସାହୁ, କେସିୟର ଭାବେ ରଜନୀ କାନ୍ତ ପାତ୍ର, ଷ୍ଟାଣ୍ଡ ସେକ୍ରେଟାରୀ ଭାବେ ବଳରାମ ପାଣିଗ୍ରାହୀ, ରବି କିଶୋର ପଟ୍ଟନାୟକ ଓ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଚୟନ କରିଥିଲେ । ଏହାପରେ ଗଞ୍ଜାମ ଜିଲ୍ଲା ଲୋକାଲ ବସ୍ ମାଲିକ ସଂଘ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ବୈଠକରେ ନୂତନ ଭାବେ ସଭାପତି ହୋଇଥିବା ରମେଶ ଚନ୍ଦ୍ର ଜେନାଙ୍କୁ ପୁଷ୍ପ ଦେଇ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ବହୁ ବସ୍ ମାଲିକ ସଂଘର ମୁନିର ବେଗ୍, ଦୁର୍ଯ୍ୟଧନ ସାହୁ, ବି ଦୁର୍ଗା ପ୍ରସାଦ ରାଓ, ରାଧାକାନ୍ତ ସାହୁ, ରଜନୀକାନ୍ତ ପାତ୍ର, ବଳରାମ ପାଣିଗ୍ରାହୀ, ରବିକିଶର ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବସ୍ ମାଲିକ ସଂଘର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା








