

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ବିକାଶ ମଞ୍ଚର ୧୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଭାପତି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ଼. ପିଏସଏନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରବି ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଉପଦେଷ୍ଟା ଡ଼. ରଙ୍ଗନାଥ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗଞ୍ଜାମର ବ୍ରହ୍ମପୁରର ସାମଗ୍ରିକ ବିକାଶରେ ବିକାଶ ମଞ୍ଚର ଦୀର୍ଘ ୧୨ ବର୍ଷ ହେଲା ସଂଗ୍ରାମ କରିଆସୁଛି ।ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଞ୍ଚ ପକ୍ଷରୁ ଗଞ୍ଜାମ ବାସୀଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ବହୁ ଦାବି କରିଆସୁଥିବା କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ସବୁ ସମୟରେ ସହଯୋଗ ପାଇଁ ବିକାଶ ମଞ୍ଚର ତରଫରୁ ଉପଦେଷ୍ଟା ଶିଶିର ପାଢ଼ୀ, ସୁଧାଂଶୁ ପଣ୍ଡା, ପ୍ରଫେସର ରଙ୍ଗାନାଥ ମିଶ୍ର ଓ ସବୁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ମଞ୍ଚର ଆବାହକ ସ୍ୱର୍ଗତ ସୁରେଶ ଚନ୍ଦ୍ର ସାହୁଙ୍କ ସଂଗ୍ରାମକୁ ମଧ୍ୟ ସଭାରେ ସ୍ମରଣ କରାଯାଇଥିଲା । ବିକାଶ ମଞ୍ଚର ବହୁ କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


