ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ ଫୋରମର ମାସିକ ବୈଠକ:ଶ୍ରୀମତୀ ସରିତା ପଣ୍ଡାଙ୍କୁ ସମ୍ମାନିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ ଫୋରମ୍ ଉତ୍କଳ ଆଶ୍ରମ ସଭାଗୃହରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମାସିକ ବୈଠକରେ ଡା.ପ୍ରଫେସର ପ୍ରଫୁଲ୍ଲ କୁମାର ସାହୁଙ୍କ କର କମଳରେ ଶ୍ରୀମତୀ ସରିତା ପଣ୍ଡାଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ତାଙ୍କର ସମାଜସେବା ଓ ଆୟୁର୍ବେଦିକ ଖାଦ୍ୟ ମାଣ୍ଡି ଉପରେ ସମ୍ମାନ ପ୍ରଦାନ କରାଯାଇଛି । ରାସବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ସାଧାରଣ ସଂପାଦକ ସିମାଞ୍ଚଳ ପ୍ରସାଦ ବିଷୋୟୀ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଭିଷ୍ମଚାର୍ଯ୍ୟ ଚୌଧୁରୀ ଆୟ ବ୍ୟୟ ଉପସ୍ଥାପନା କରିଥିଲେ । ସୂର୍ଯ୍ୟକାନ୍ତ ପାତ୍ର ଧନ୍ୟବାଦ ଦେଇଥିଲେ । ଆଗାମୀ ଜୁଲାଇ ୨୮ ତାରିଖରେ ଜୁବୁଲି ଟାଉନହଲ ଠାରେ ବାର୍ଷିକ ସମ୍ମିଳନୀ ଓ ଆଗାମୀ ୩ ବର୍ଷ ପାଇଁ ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶିବତ୍ସ ଦଳେଇ, ବଂଶୀଧର ପାଳ ଓ ରବି ରଥ ପ୍ରାର୍ଥୀ ପତ୍ର ବଣ୍ଟନ କରିଥିଲେ । ଆସନ୍ତା ୩୦ ତାରିଖରେ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ବୈଠକରେ ଯୋଗ ଦେବା ପାଇଁ ୧୦ ଜଣଙ୍କୁ ମନୋନୀତ କରାଯାଇଥିଲା । ଏହାପରେ ବରିଷ୍ଠ ସଭ୍ୟଙ୍କୁ ଜନ୍ମଦିନ ଉପଲକ୍ଷେ ଅଙ୍ଗବସ୍ତ୍ର ଦେଇ ଶୁଭେଚ୍ଛା ଜଣାଇଥିଲେ । ତାଙ୍କ ସହିତ ସମସ୍ତଙ୍କ ଜନ୍ମଦିନ ପାଳନ କରାଯାଇ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଫୋରମର ବାଇଲ ସଂଶୋଧନ ପ୍ରସ୍ତାବ ଗୃହୀତ ହୋଇଥିଲା । ଫୋରମର ବିଶୃଙ୍ଖଳିତ ସଭ୍ୟଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଛି । ଆଇ.ସି.ଆଇ ବ୍ୟାଙ୍କ ତରଫରୁ ଏକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । ବିଭିନ୍ନ ଦାବି ଓ ସମସ୍ୟାର ପରେ ପରେ ମଧ୍ୟ ଏହା କରିଥିବାରୁ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରିଥିଲେ । ଏଥିରେ ପୂର୍ଣ୍ଣଚିନ୍ଦ୍ର ମହାରଣା, ନରସିଂହ ସାହୁ, ରବୀନ୍ଦ୍ର କୁମାର ପ୍ରଧାନ, ରବି ମହାରଣା, ସହଯୋଗ କରିଥିଲେ । ଆଲୋଚନାରେ ଡା. ଚନ୍ଦ୍ରମଣି ସ୍ୱାଇଁ, ଜ୍ୟୋତ୍ସାରାଣୀ ସ୍ୱାଇଁ, ଜୟନ୍ତିଲାଲ ଚୌହାନ, ନିରଂଜନ ମହାନ୍ତି, ବିନୋଦ କୁମାର ଜେନା, ପ୍ରକାଶ ଚନ୍ଦ୍ର ପଣ୍ଡା, କାହ୍ନୁଚରଣ ପଣ୍ଡା, ବାସୁଦେବ ଲିମା, ବସନ୍ତ କୁମାର ଗନ୍ତାୟତ, ଗଣପତି ବେହେରା, ହରିବନ୍ଧୁ ଦାସ, ଡ଼. ଆପା ରାଓ, ହନକ ଗୌରୀଶଙ୍କର ଦାଶ, ଡା, ଇନ୍ଦୁ ଚରଣ ପଟ୍ଟନାୟକ, ବିଘ୍ନେଶ୍ୱର ପାଢ଼ୀ, ପ୍ରଭାକର ସାହୁ, ପ୍ରଶାନ୍ତ କୁମାର ଦାସ ସାମ୍ବାଦିକ, ଅଗାଧୁ ପାତ୍ର, କାମିକ୍ଷ ପ୍ରସାଦ ପାଢ଼ୀ, ଭଗବାନ ପାତ୍ର, ଜ୍ୟୋତି ରଞ୍ଜନ ତ୍ରିପାଠୀ, ଅମୁଲ୍ୟ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା