

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଠାରେ ମାନ୍ୟବର ମନ୍ତ୍ରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କୁ ଅଙ୍ଗବସ୍ତ୍ର ଓ କର୍ପୁର ମାଳ ଦେଇ ସମ୍ବର୍ଦ୍ଧନା କରାଯାଇ ଫୋରମ ତରଫରୁ ବିଭିନ୍ନ ଦାବି ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସଭାପତି ରାସବିହାରୀ ଦାସ, ସାଧାରଣ ସଂପାଦକ ସୀମାଚଂଳ ପ୍ରଶାଦ ବିଷୋଇ, ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାରଣା, ବାସୁଦେବ ଲିମା, ଉପସଭାପତି ସୂର୍ଯ୍ୟ କାନ୍ତ ପାତ୍ର, ଭୀଷ୍ମ ଚାର୍ଯ ଚୌଧୁରୀ, ରବିନ୍ଦ୍ର କୁମାର ମହାରଣା, ପ୍ରଶାନ୍ତ କୁମାର ମହାପାତ୍ର, ବିନୋଦ ଜେନା, ନୀରଜଂନ ମହାନ୍ତି, ଦେବରାଜ କୋଠିଆ, ସୌମିକ ସାହୁ, ମନମୋହନ ପରିଚ୍ଛା, ନରସିଂହ ସାହୁ, ଦୁଃଖିଶାମ ପାଢୀ, ଗରିବ ବନ୍ଧୁ ପଣ୍ଡା ପ୍ରଭୃତି ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କ ସହିତ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଓ ପ୍ରଦୀପ କୁମାର ପାଣିଗ୍ରାହୀ ଉପସ୍ଥିତ ହୋଇ ଦାବି ଗୁଡିକ ସମ୍ପର୍କରେ ସହାନୁଭୂତିର ସହ ବିଚାର କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା