

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ବି.ଜେ.ଡି, ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଓ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଯୁବ ବିଜୁ ଜନତା ଦଳର ନୂତନ ଭାବେ ମନୋନୀତ ହୋଇଥିବା ସଂଗ୍ରାମୀ ଯୁବ ନେତା ମାନଙ୍କୁ କର୍ମକର୍ତ୍ତା ଭାବେ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷିରେ ଗଞ୍ଜାମ ଜିଲ୍ଲା ବି.ଜେ.ଡି. ତରଫରୁ ଘୋଷିତ ହୋଇଥିବା ସଭାପତି ଭବାନୀକାନ୍ତ ସାହୁଙ୍କ ସମେତ ଉପ – ସଭାପତି ୧୩ ଜଣ, ସାଧାରଣ ସମ୍ପାଦକ ୧୩ ଜଣ, ସମ୍ପାଦକ ୨୬ ଜଣ, ଦୁଇ ଜଣ ମିଡିଆ ସଂଯୋଜକ, ୨୨ ଜଣ ବ୍ଲକ ସଭାପତି, ୧୮ ଜଣ ମହାନଗର, ଏନ୍ଏ.ସି., ପୌରସଂସ୍ଥାଙ୍କ ସମେତ ଡିଜିଟାଲ ସମ୍ପାଦକଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବି.ଜେ.ଡି. ସଭାପତି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜିଲ୍ଲା ଦୁଇ ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଶ୍ରୀମତୀ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ରାଜ୍ୟ ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ମହିଳା ସଭାନେତ୍ରୀ ଏମ. ସୁଜତା ପାତ୍ର, ଛାତ୍ର ବି.ଜ.ଡି. ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବି.ଜେ.ଡି.ର ବରିଷ୍ଠ ନେତା ଜଗନ୍ନାଥ ସାବତ, ମନୋଜ କୁମାର ମହାପାତ୍ର, ନଳୀନି ବିଷୋୟୀ, ନଚିକେତା ସ୍ବାଇଁ, ଟି.ଗୋପି, ସଞ୍ଜିତ କୁମାର ପାଣିଗ୍ରାହୀ, ତୁମନାଥ ପଣ୍ଡା, ଅଜିତ କୁମାର ପଣ୍ଡା, ଉପସ୍ଥିତ ଜିଲ୍ଲା ସଭାପତି, ସାଂସଦ ଓ ବିଧାୟକ ଓ ବିଧାୟିକା ବୃନ୍ଦ ଯୁବ ବି.ଜେ.ଡି, ସଂଗଠନକୁ ତୃଣମୁଳ ସ୍ତରରେ ସଂଗଠିତ କରିବା ପାଇଁ ତଥା ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


