ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଦକ୍ଷିଣାଞ୍ଚଳ ଡ଼ିଆଇଜିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଜେପି ଯୁବମୋର୍ଚ୍ଚା ସଭାପତି ଏଲ. ମୋହନ ଦାସଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ତତ୍ତ୍ୱାବଧାନରେ ବହୁ ବିଜେପି କର୍ମୀ ଏସ୍.ପି ଅଫିସ ଘେରାଉ କରିଥିଲେ । ଏହି ସମୟ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ସହ ଅଣ୍ଡା, ଟମାଟ, ପଥର ମାଡ଼ ହୋଇଥିଲା । ଏଥିରେ ୪ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଦୁଇ ବିଜେପି କର୍ମୀ ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ ଓ ଜିଲ୍ଲା ସାଧାରଣ ସମ୍ପାଦକ ସୁଜିତ୍ କୁମାର ନାୟକ ମଧ୍ୟ ଆହତ ହୋଇଥିଲେ । ହୋଇଥିବା ଆକ୍ରୋଶକୁ ଆଧାର କରି ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପି କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଭିଡ଼ିଓ ଫୁଟେଜ ନେଇ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ପରେ ଡ଼ିଆଇଜି ଶ୍ରୀ ଭୋଇ ତଦନ୍ତ କରି କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଯୁବମୋର୍ଚ୍ଚା ସଭାପତି ଏଲ.ମୋହନ ଦାସ, ଶୁଭାଶିଷ ସାହୁ, ଜଗମୋହନ ପାତ୍ର, ମନୋଜ ପଟ୍ଟନାୟକ, ଡ଼ି. ସୁରେଶ ରେଡ୍ଡୀ, କିରଣ କୁମାର ସାହୁ, ମଧୁସୂଦନ ସାହୁ, ଜଗଦୀଶ ପ୍ରଧାନ, ସନ୍ତୋଷ ପରିଡ଼ା, ଦିନେଶ ପଟ୍ଟନାୟକ, କେ.ଟୁଙ୍ଗୁରୁ ପାତ୍ର, କୁନାଲ ସାହୁ, ଅଭୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା