

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ମଣ୍ଡଳ ଗେଟ୍ ବଜାର ପକ୍ଷରୁ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମ ଗେଟ୍ ବଜାର କେନାଲ ସାହି ହନୁମାନ ମନ୍ଦିର ନିକଟରେ ଅନୁଷ୍ଠିତ କରାଯାଇଥିଲା । ମଣ୍ଡଳ ସଭାପତି ଏସ.ଶୀନିବାସ ରାଓ, ମହିଳା ମୋର୍ଚ୍ଚା ସାଧାରଣ ସଂପାଦୀକା ଏସ. ରାଣୀଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ବେଳେ ପୂର୍ବତନ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁଚରଣ ପତି ଯୋଗଦେଇ ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରିଥିଲେ । କରୋନା ମହାମାରୀ ସମୟରେ ସଫେଇ କର୍ମଚାରୀମାନେ ନିଜ କର୍ତ୍ତବ୍ୟକୁ ଠିକ୍ ଭାବରେ ସମ୍ପାଦନା କରିବା ସହ ସହରବାସୀଙ୍କୁ ସୁସଜ୍ଜିତ ସୁରକ୍ଷିତ ରଖିବା ପାଇଁ ଅହରହ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମଣ୍ଡଳ ସଭାପତି ତରଫରୁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିବା କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଭାତ ଷଡଙ୍ଗୀ, ସୁନିଲ୍ କୁମାର ସାହୁ, ମଦନମୋହନ ପାତ୍ର, ଶରତ ମାହାରଣା, ସଞ୍ଜିବ ବେହେରାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

