ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘ ପକ୍ଷରୁ ଗତ ୨୭-୨୮ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଜିଲାସ୍ତରୀୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ୟାୟାମ କେନ୍ଦ୍ରରୁ ୭୮ ଜଣ ପ୍ରତିଯୋଗି ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣପଦକ ବିଜେତା ତଥା ଅଲମ୍ପିୟାନ କେ. ରବି କୁମାର ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟସଂଘର ସାଧାରଣ ସମ୍ପାଦକ ନାରାୟଣ ସାହୁ, ଜିଲା କ୍ରିଡ଼ା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ବ୍ରହ୍ମପୁର ଚ୍ୟାମ୍ବର ଅଫ କମର୍ସର ସମ୍ପାଦକ ସନ୍ତୋଷ କୁମାର ସାହୁ ଓ ଜୟନ୍ତୀ ଦେବୀ, ଜିଲା ସମ୍ପାଦକ ଗାଗାରିନ ନାୟକ, ଜିଲା କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ଦାଶ, ସଂଘର ଉପଦେଷ୍ଟା ରବି ରଥ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲା ସଭାପତି କୁମୁଦ ଚନ୍ଦ୍ର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାକୁ ଆସିକା ସାଂସଦ ଲଡ଼ୁ କିଶୋର ସ୍ୱାଇଁ ଉଦଘାଟନ କରିଥିଲେ । ପ୍ରତିଯୋଗିିତାରେ ୨୩ ଜଣ ମହିଳା ଓ ୫୫ ଜଣ ପୁରୁଷ ଅଂଶଗ୍ରହଣ କରିଥିଲେ । ମହିଳା ବିଭାଗରେ ୫୯ ବର୍ଗରେ ନିକିତା ପଣ୍ଡା, ୬୪ ବର୍ଗରେ ଜି. ଗିତାଞ୍ଜଳି ପ୍ରଥମ ଓ ଅଞ୍ଜୁନା ଗୌଡ଼ ଦ୍ୱିତୀୟ ସ୍ଥାନରେ ରହିଥିଲେ । ୭୫ ବର୍ଗରେ ଭାଗ୍ୟଶ୍ରୀ ପଣ୍ଡା, ୭୬ ବର୍ଗରେ ସଂଯୁକ୍ତା କୁମାରୀ ସାହୁ ପ୍ରଥମ, ୮୧ ବର୍ଗରେ ଦାମିନୀ କୁମାରୀ ସାହୁ ପ୍ରଥମ ଓ ସନ୍ଧ୍ୟାରାଣୀ, ୮୭ ବର୍ଗରେ ରାଜେଶ୍ୱରୀ ବେହେରା ପ୍ରଥମ ଓ ବନିତା ଘଡ଼େଇ ଦ୍ୱିତୀୟ ହୋଇଥିଲେ । ସେହିପରି ପୁରୁଷବିଭାଗରେ ୬୭ ବର୍ଗରେ ରାମଚନ୍ଦ୍ର ହେମ୍ବ୍ରମ ପ୍ରଥମ, ରବିନ୍ଦ୍ର ରଇତ ଦ୍ୱିତୀୟ, ପ୍ରଭାତ ଝଡ଼ିଆ ଓ ବିଦ୍ୟାଧର ସାହୁ ତୃତୀୟ, ୭୩ ବର୍ଗରେ ବ୍ରହ୍ମାନନ୍ଦ ମଲିକ ପ୍ରଥମ, ସୁପିନିଆ ଶବର, ବାବୁ ଗୌଡ଼ ଦ୍ୱିତୀୟ, ନରସିଂହ ନାୟକ, ସୁମନ୍ତ ସେଠୀ ଓ ସୁମନ୍ତମାଝୀ ତୃତୀୟ, ୮୧ ବର୍ଗରେ ସ୍ୱର୍ଣ୍ଣମୟ ବସ୍ତିଆ ପ୍ରଥମ, ଗୋବିନ୍ଦ ଗନ୍ତାୟତ ଦ୍ୱିତୀୟ, ସନାତନ ମଲିକ ଓ ମନୋଜ କୁମାର ସାହୁତୃତୀୟ, ୮୯ ବର୍ଗରେ ନନ୍ଦନ କୁମାର ସାହୁ ପ୍ରଥମ, ଅଜିତ କୁମାର ସାହୁ ଦ୍ୱିତୀୟ, ୯୬ ବର୍ଗରେ ଟି. ପ୍ରଭାକର ପ୍ରଥମ, ୧୦୨ବର୍ଗରେ ରାକେଶ କୁମାର ଜେନା ପ୍ରଥମ, ୧୦୨ ପ୍ଲସ୍ ବର୍ଗରେ ଶିବରାମ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କୃତିପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଭାସ୍କର ମହାନ୍ତି, ପ୍ରଦୀପ ସାହାଣୀ, ଏସ. ରାମାରାଓ, ରେଫରୀ ସୀତା ପ୍ରସାଦ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ମନୋରଞ୍ଜନ ଦଳାଇ, ପ୍ରଦୀପ କୁମାର ସାହୁ, ରମେଶ ସାହୁ, କେ.କୁର୍ମା ରାଓ, ତ୍ରିପତି ବେହେରା, ପିଣ୍ଟୁ ମହାପାତ୍ର, ବିଷ୍ଣୁପି୍ରୟା ନାୟକ, ରମେଶ ଚନ୍ଦ୍ର ପାଢ଼ୀ, ଦିଲ୍ଲୀପ ବେହେରା, ଅଭିମନୁ୍ୟଦଳାଇ, କୁରା ଦାଶ, ଅର୍ଜୁନ ଦାଶ, ଜଗନ୍ନାଥ ଦାଶ, ରାଜେନ୍ଦ୍ର ମହାପାତ୍ର, ଯଜ୍ଞ ନାରାୟଣ ନନ୍ଦ, ଉଦୟ ନାଥ ସେଠୀ, ନକୁଳସାହୁ, କାମେଶ୍ୱର ନାୟକ, ବଳିଆ ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ରବି ରଥ, ନିମାଇଁ ଚରଣ ପଣ୍ଡା