ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନିଜର ୬ଟି ଅଙ୍ଗଦାନ କରି ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇଥିବା ତଥା ସମାଜ ପାଇଁ ଆଦର୍ଶ ପାଲଟିଥିବା ଭଞ୍ଜନଗର ଅଞ୍ଚଳର ଯୁବକ ସୁରଜ ସେଠିଙ୍କ ସ୍ମୃତିରେ ଏକ କ୍ୟାଣ୍ଡଲ ରାଲି ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ହୋଇଯାଇଛି । ସୁରଜ ନିଜର ମହତ କାର୍ଯ୍ୟ ବଳରେ ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ପାଲଟିଛନ୍ତି ବୋଲି ମତ ପ୍ରକାଶ ପାଇଛି । ଯୁବ ବିଜେଡି ସଭାପତି ଏନ.ଧନଞ୍ଜୟ ରାଓଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୋଭା ଯାତ୍ରାରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଏହି କ୍ୟାଣ୍ଡଲ ରାଲି ପୁରୁଣା ବସଷ୍ଟାଣ୍ଡ ଠାରୁ ବାହାରି ଗାନ୍ଧିନଗର ଛକରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ଶେଷ କରାଯାଇ ସୁରଜଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ମମତା ବିଷୋୟୀ, ମଞ୍ଜୁଳା ଦେବୀ, ମହାନଗର ଯୁବ ବିଜେଡି ସଭାପତି ମୁକୁନ୍ଦ ଗୌଡ଼, ଉପସଭାପତି ଆର.ମୁରଲୀ ମୋହନ, କେ.ଶ୍ରୀନୁ, ତେଜେଶ୍ୱର ସ୍ୱାମୀ, ପୁରୁଷୋତ୍ତମ ସୁବୁଦ୍ଧି, ଲକ୍ଷ୍ମୀନାରାୟଣ ମହାପାତ୍ର, ଜଗଦୀଶ ସାବତ, ପ୍ରସନ୍ନ ଗନ୍ତାୟତ, ସୁଦ୍ଧା ସେଠି, ଆରବେନ ବ୍ୟାଙ୍କର ନିର୍ଦ୍ଧେଶକ ଦିଲ୍ଲୀପ ପାତ୍ର, ରାଜେଶ୍ୱର ବେହେରା, ସୋନାଲି ଗନ୍ତାୟତ, ଆଦିତ୍ୟ କୁମାର ପଟ୍ଟନାୟକ, ତାପସ ସାହୁ, ମହାନଗର ବିଜେଡି ସଭାପତି ବିଜୟ ସାମଲଙ୍କ ସମେତ ବହୁ ବିଜେଡି କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା