

ଛତ୍ରପୁର (ସମୃଦ୍ଧ ଓଡିଶା) କନଫରେନସିଂ ହଲ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଜିଲ୍ଲାର ସମସ୍ତ ତହସିଲ ଅଞ୍ଚଳରେ ପଡି ରହିଥିବା ମ୍ୟୁଟେସନ କେଶ ତୁରନ୍ତ ଫଇସଲା କରିବା ଏବଂ ଓଏଲଆର(୮) କେଶ ଗୁଡିକ କ୍ୟାମ୍ପ ମାଧ୍ୟମରେ ଫଇସଲା କରିବା, ବେଆଇନ ଭାବେ ଚାଲାଣ ହେଉଥିବା ଲଘୁଜ ଖଣିଜ ଉପରେ ନିୟମିତ ଚଢ଼ଉ କରିବା, ସରକାରୀ ଜମିକୁ ଚିହ୍ନଟ କରି ସରକାରୀ ଖାତାକୁ ଆଣିବା, ବେଆଇନ ଇଟାଭାଟି ଉପରେ ନିୟମିତ ଚଢ଼ଉ କରିବା ସମେତ ବିଭିନ୍ନ ସମୟରେ ସ୍କ୍ୱାର୍ଡ ଗଠନ କରି ଚଢ଼ଉ କରିବା, ଜନସାଧାରଣ କିପରି ବିଭିନ୍ନ ପ୍ରମାଣପତ୍ର ଠିକ ଭାବେ ପାଇପାରିବେ ସେଠିପ୍ରତି ଧ୍ୟାନ ଦେବା ନେଇ ଗୁରୁତ୍ୱାରୋପ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାଏ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ରାଜସ୍ୱ ଅଧିକାରୀ ଡ଼. ଦିବ୍ୟଲୋଚନ ମହନ୍ତଙ୍କ ସମେତ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

