

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଲାଇଟ ଏଣ୍ଡ ସାଉଣ୍ଡ ମାଲିକ ସଂଘର ନୂତନ ସଭାପତି ଭାବେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ନିଯୁକ୍ତ ହୋଇଛନ୍ତି । ବିଧାୟକ ରମେଶ ଚନ୍ଦ୍ର ଜେନା ସଂଘର ପକ୍ଷରୁ ଘାଟିକାଳୁଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସଭାପତି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରମେଶ ଜେନା, ବାବୁଲା ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, କୁନି ପଟ୍ଟନାୟକ, ଗିରିଜା ଦାସ, ଜେ.ହରି ଓ ଏମଡି. ଇସ୍ମାଇଲ, ଶ୍ୟାମ ପ୍ରସାଦ ପାଢ଼ୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


