ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଚାନକ ଚଢ଼ାଉରେ ପ୍ରଧାନଶିକ୍ଷକ ନିଲମ୍ବିତ…

ପାଟପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡାଙ୍କ ଅଚାନକ ଚଢ଼ାଉରେ ମହଙ୍ଗା ପଡିଲା ପ୍ରଧାନ ଶିକ୍ଷକ ସମୀରକାନ୍ତ ତ୍ରିପାଠୀଙ୍କୁ । ସୂଚନା ଅନୁଯାୟୀ ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଗସ୍ତରେ ଯାଇଥିଲେ । ପୂର୍ବରୁ କୋୖଣସି ସୂଚନା ଦେଇ ନ ଥିଲେ ତେବେ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ପ୍ରସ୍ତୁତ ନଥିଲେ । ତେବେ ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚିବା ପରେ ପିଲାମାନଙ୍କ ସହ ଆଲୋଚନା କରିଥିଲେ । ସେ ଜାଣିବାକୁ ପାଇଥିଲେ ଯେ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାର ଉତ୍ତରଖାତା ମୁଲ୍ୟଙ୍କନା କରାନଯାଇ ପିଲାମାନଙ୍କୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି । ଏହାପରେ ଶିକ୍ଷାଧିକାରୀ ପ୍ରଧାନଶିକ୍ଷକ ଏବଂ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପଚାରିବାରୁ ସେମାନେ କୋୖଣସି ଉତ୍ତର ଦେଇନଥିଲେ । ତେବେ ଶିକ୍ଷାଧିକାରୀ ଆଲମୀରା ଖୋଲି ଦେଖିବା ପରେ ଉତ୍ତର ଖାତା ଗୁଡିକ ମୂଲ୍ୟାୟନ ହୋଇନଥିବା ଜାଣିବାକୁ ପାଇଥିଲେ । କର୍ତ୍ତବ୍ୟରେ ଅବେହଳା ପାଇଁ ପ୍ରଧାନଶିକ୍ଷକ ସମୀରକାନ୍ତ ତ୍ରିପାଠୀଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ । ଏହା ସହିତ ବିଦ୍ୟାଳୟର ତିନି ଜଣ ଶିକ୍ଷୟତ୍ରୀ ଯଥା ପୁଷ୍ପାଞ୍ଜଳି, ମାମିନି, ସୂଚସ୍ମିତା କାରଣ ଦର୍ଶାଇ ନୋଟିସ ଜାରି କରିବା ସହ ପିଲାଙ୍କ ଖାତା ତୁରନ୍ତ ମୂଲ୍ୟାୟନ କରି ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ସମୀରକାନ୍ତ ତ୍ରିପାଠୀଙ୍କୁ ଚାକିରିରୁ ନିଲମ୍ବନ କରିବା ପରେ ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକ ସୁରେଶ ମିଶ୍ରଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା