

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ ଫୋରମର ବୈଠକ ରାସ ବିହାରୀ ଦାସଙ୍କ ସଭାପତିତ୍ୱରେ ଉତ୍କଳ ଆଶ୍ରମର ଉପର ମହଲାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାତ୍ୟାରେ ମୃତ୍ୟୁ ବରଣ କରିଥିବା ଓଡିଶାର ଲୋକମାନଙ୍କ ଏବଂ ଫୋରମର ସଦସ୍ୟ ଶ୍ରୀରାମ ପଟ୍ଟନାୟକଙ୍କ ମୃତ୍ୟୁରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପାରଳା ମହାରାଜା ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ସାଧାରଣ ସମ୍ପାଦକ ସିମାଞ୍ଚଳ ବିଷୋୟୀ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ ଭିଷ୍ମଚାର୍ଯ୍ୟ ଚୌଧୁରୀ ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ଭାବରେ ବିକ୍ରମ କୁମାର ପଣ୍ଡା ନିର୍ବାଚିତ ହୋଇଥିବାରୁ ଫୋରମ ତରଫରୁ ସ୍ୱାଗତ ଓ ଅଭିନନ୍ଦନ ଅର୍ପଣ କରାଯାଇଥିଲା । ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ନବୀନ ପଟ୍ଟନାୟକ ଯାଉଥିବାରୁ ଅଭିନନ୍ଦନ ଜଣାଇ ବରିଷ୍ଠ ନାଗରିକ ମାନଙ୍କ ମୌଳିକ ସମସ୍ୟା ସମାଧାନ କରିବେ ବୋଲି ଆଶା ପୋଷଣ କରାଯାଇଥିଲା । ଆସନ୍ତା ଜୁଲାଇ ୨୮ ତାରିଖରେ ବାର୍ଷିକ ସମ୍ମିଳନୀ ଓ ନିର୍ବାଚନ ହେବାକୁ ଯାଉଥିବାରୁ ୩ଜଣ ନିର୍ବାଚନ ଅଧିକାରୀ ଯଥା ଅବନୀ ରଞ୍ଜନ ଦାଶ, ବଂଶୀଧର ପାଳ ଓ ରବି ରଥଙ୍କୁ ମନୋନୀତ କରାଯାଇଛି । ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ଆଇଜି ଓଏସପିଙ୍କ ସହିତ ଆଲୋଚନା ପାଇଁ ସ୍ଥିର କରାଯାଇଛି । ଫେରୋମର ଘର ନିମନ୍ତେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା ପାଇଁ ନିଷ୍ପତି ନିଆଯାଇଛି । ବରିଷ୍ଠ ନାଗରିକ ବିପ୍ର ଚରଣ ପାତ୍ରଙ୍କୁ ସୁରକ୍ଷା ପୋଲିସ ଦେବା ପାଇଁ ବୈଦ୍ୟନାଥପୁର ଥାନା ଅଧିକାରୀଙ୍କ ସହିତ ଆଲୋଚନା ପାଇଁ ସ୍ଥିର କରାଗଲା । ବିଭିନ୍ନ ବିଷୟରେ ଆଲୋଚନା ସହ ବରିଷ୍ଠ ନାଗରିକ ମାନଙ୍କ ଜନ୍ମ ଦିନ ପାଳନ କରାଯାଇ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏହି ଆଲୋଚନାରେ ସୂର୍ଯ୍ୟ ପାତ୍ର, ପୂର୍ଣ୍ଣଚନ୍ଦ୍ର ମହାରଣା, ଜୟନ୍ତଲାଲ ଚୌହ୍ୱାନ, ଗୌତମକର ଦାଶ, ରବି ରଥ, ବଂଶୀଧର ପାଳ, ନରସିଂହ ସାହୁ, ଡ଼.ଅପାରାଓ, ଜହ୍ୱାର ଲାଲ ସାହୁ, ଶିଶିର ସାହୁ, ରବି ମହାରଣା, ବିଳାସ ଚନ୍ଦ୍ର ଜେନା, ନିରଞ୍ଜନ ମହାନ୍ତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


