ସୋରଡ଼ା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵରେ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଞ୍ଜାମ ଜିଲ୍ଲା ସୋରଡ଼ା ଗସ୍ତରେ ଆସିଥିଲେ । ଏଥିପାଇଁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଦ୍ଵାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ସୋରଡ଼ା ଅଞ୍ଚଳର ବହୁ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ । ଏଥିରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ କୋର୍ଡିଂନାଟୋର୍ ସୁବାସ ମହାରଣା, ମହିଳା ମୋର୍ଚ୍ଚା ସଭାପତି ଏମ୍ ସୁଜାତା ପାତ୍ର, ବିଜୁ ଯୁବ ସଭାପତି ଭାବାନିକାନ୍ତ୍ ସାହୁ,ବିଜେଡ଼ି ନେତା ଜଗନ୍ନାଥ ସାବତ, ରାଜ୍ୟ ଜିଏସ ମନିଟରିଂ ସେଲ୍ ଅଧକ୍ଷ ଫାଇଜ ଖାଁ, ପୂର୍ବତନ ଜିଲ୍ଲା ପରିଷଦ ସୁରତ ପ୍ରଧାନ, ବେଲଗୁଣ୍ଠା ବ୍ଲକ ସଭାପତି ପ୍ରଶାନ୍ତ ନାୟକ, ସୋରଡ଼ା ବ୍ଲକ ସଭାପତି ବସନ୍ତ ସ୍ୱାଇଁ ଓ ଅନେକ ବିଜେଡ଼ି ନେତା ଅଂଶ ଗ୍ରହଣ କରିଥିଲେ । ଏକ ବାଇକ୍ ରାଲି ଦ୍ଵାରା ସୋରଡ଼ା ବଡ଼ଦାଣ୍ଡ ମଧ୍ୟ ଦେଇ ପାଛୋଟି ନେଇ ଗଣିଛକ୍ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପରେ ଖୁଣ୍ଟେଶ୍ଵରି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସମସ୍ତ ଅଥିତି ମାନଙ୍କୁ ସ୍ଵାଗତ ଜଣାଇ ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆଗାମୀ ଦିନରେ ନୂତନ ଦିଗଦର୍ଶନ ଓ ମାର୍ଗଦର୍ଶନ ସାଜି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନୂତନ ମନ୍ତ୍ର ସହ ଦଳୀୟ କର୍ତ୍ତବ୍ୟ ଓ ଆନୁଗତ୍ୟ ବିଷୟରେ ଆଲୋଚନା କରିଥିଲେ । ଗଙ୍ଗପୁର ପଞ୍ଚାୟତର କୃଷ୍ଣ ଚନ୍ଦ୍ର ବିଷୋୟୀ ମଙ୍ଗଳପୁର ପଞ୍ଚାୟତର ସୁବାଷ ଚନ୍ଦ୍ର ସ୍ୱାଇଁ, ସୀମାଞ୍ଚଳ ପ୍ରଧାନ, ପ୍ରକାଶ ଚନ୍ଦ୍ର ଖଟେଇଙ୍କ ଭଳି ପାଖା ପାଖି ୨୦ରୁ ଉର୍ଦ୍ଧ୍ବ କର୍ମୀ ଅନ୍ୟ ଦଳ ଛାଡ଼ି ବିଜେଡ଼ିରେ ଯୋଗଦାନ କରିଥିଲେ । ଆଗନ୍ତୁକ ଅତିଥି ମାନେ ନିଜ ଅଭିଭାଷଣ ପ୍ରଦାନ ପରେ ବ୍ଲକ ଯୁବ ସଭାପତି ସୌମେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରି ବୈଠକ ଶେଷ କରିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ