

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ସ୍ଥିତ ଦୁର୍ଗା ଦେବୀ ସାହି ମା ଦୂର୍ଗା ଦେବୀ ଶକ୍ତି ପୀଠରେ ମହାଅଷ୍ଟମୀ ପୂଜା ଉପଲକ୍ଷେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ବିଶେଷ କରି ମା’ଙ୍କ ମହିଷାସୁରମର୍ଦନି ଅଭିନବ ବେଶ ଦର୍ଶନ ଓ ପୋଲସରାର ମା’ ସିଂହାସିନୀ ଦିବ୍ୟଙ୍ଗ ଭଜନ ସମାରୋହର କଣ୍ଠ ଶିଳ୍ପଙ୍କ ଗୀତରେ ଦର୍ଶକ ଝୁମିଥିଲେ ।ନଅ ଦିନ ବ୍ୟାପୀ ନବରାତ୍ର ପୂଜାରେ ଆଜି ମହାଅଷ୍ଟମୀରେ ମା’ ମହିଷାସୁର ମର୍ଦନି ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।ପଣ୍ଡିତ ପ୍ରକାଶ ଚନ୍ଦ୍ର ଦାଶ, ହରିହର ଶତପଥିଙ୍କ ତତ୍ୱାବଧାନରେ ହୋମ, ଚଣ୍ଡୀ ପାଠ ହୋଉଥିବା ବେଳେ, ମହା ଆଳତି ପଦ୍ମଚରଣ ପାଢ଼ୀ କରିଥିଲେ ଏହାସହ ନିରଞ୍ଜନ ପାଢ଼ୀଙ୍କ ଦ୍ୱାରା କରାଯାଇଥିବା ମା’ଙ୍କ ଅଭିନବ ବେଶ ଭକ୍ତଙ୍କୁ ବେଶ ଆକୃଷ୍ଟ କରିଥିଲା । ନବକୃଷ୍ଣ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମା’ଙ୍କ ପୂଜା ଆରାଧନା କରୁଥିବା ବେଳେ, ପୂଜା କମିଟି ତରଫରୁ ବିଭିନ୍ନ ଆୟୋଜନ କାରାଯାଇଛି । ଗଞ୍ଜାମ ଥାନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସନ୍ଧ୍ୟା ଠାରୁ ରାତ୍ରି ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



