

ଛତ୍ରପୁର (ସମୃଦ୍ଧ ଓଡିଶା) କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ନିମନ୍ତେ ଆଜି ଗଞ୍ଜାମ ପୋଲିସ ପକ୍ଷରୁ ଛତ୍ରପୁର ସ୍ଥିତ ପୋଲିସ ପ୍ୟାରେଡ୍ ପଡିଆରେ ଏକ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଡିଏସ୍ପି ଉତ୍କଳ କେଶରୀ ଦାଶ, ଅଜୟ କୁମାର ମିଶ୍ର ଓ ଏସ୍.ପ୍ରଧାନ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି ଓ ଗଙ୍ଗାଧର ଧାଙ୍ଗର, ସର୍ଜେଣ୍ଟ ବିବେକାନନ୍ଦ ନାୟକ, ଏ.ରାବଣା ରାଓଙ୍କ ସମେତ ସମସ୍ତ ପୋଲସି ଅଧିକାରୀ ଓ କର୍ମଚାରୀମାନେ ଅଂଶ ଗ୍ରହଣ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ୧ମିନଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହାପରେ କୋଭିଡ୍ ଯୋଦ୍ଧାମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ୍ ଯୁଦ୍ଧରେ ଆମର ଦାୟିତ୍ୱ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ ଉଦ୍ଦେଶ୍ୟରେ ଏକ ଶପଥ ପାଠ କରିଥିଲା । ପ୍ରାରମ୍ଭରେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାର ୬ ଜଣ କୋଭିଡ୍ ଯୋଦ୍ଧା ତଥା ପୋଲିସ କର୍ମଚାରୀଙ୍କ ବଳିଦାନକୁ ସାଲୁଟ୍ ଜଣାଇବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ମହିଳା ପୋଲିସ କନେଷ୍ଟବଲ ନକ୍ଷତ୍ରମାଳା ସାହୁ ଶପଥ ପାଠ କରାଇଥିବା ବେଳେ ଛତ୍ରପୁର ଥାନା କାର୍ଯ୍ୟାଳୟ ପରିସରରେ ଏସ୍ଡିପିଓ ଗୌତମ କିଷାନ୍ ଓ ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟଙ୍କ ସମେତ ଥାନାର ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି କୋଭିଡ୍ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

