

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ପୋଲିସ ପକ୍ଷରୁ କିଛି ଦିନର ବ୍ୟବଧାନରେ ପୁଣି ଏକ ଏନକାଉଣ୍ଟର ହୋଇଛି । ଅପରାଧୀ ଓ ପୋଲିସ ମଧ୍ୟରେ ହୋଇଥିବା ଏହି ଗୁଳି ବିନିମୟରେ ଦୁର୍ଦ୍ଧାନ୍ତ ଅପରାଧୀ ମନୋଜ ସ୍ଵାଇଁ ଗୁରୁତର ଆହତ ହୋଇଛି । ଅପରପକ୍ଷେ ଏହି ଘଟଣାରେ ଖଲ୍ଲିକୋଟ ଥାନା ଇନ୍ସପେକ୍ଟରଙ୍କ ମୋଟ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଭୋର ସାଢେ ୪ଟା ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ମନ୍ଦିର ରାସ୍ତାରେ ଏହି ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ଆହତ ଅପରାଧୀ ମନୋଜ ସ୍ବାଇଁକୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ଏମ୍ କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରୁ ମନୋଜର ଅନ୍ୟତମ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଛି । ତାକୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି । ଆହତ ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି । ତା ନିକଟରୁ ପୋଲିସ ଗୋଟିଏ ମାଉଜର, ଦୁଇଟି ଗୁଳି, ବାଇକ ଓ ଗୋଟିଏ ମାଗାଯିନ ଜବତ କରିଛି । ଗଂଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଚାଲିଥିବା ଅପରେସନ କ୍ଲିନ କ୍ରାଇମରେ ଏହା ୬୦ତମ ଏନକାଉଣ୍ଟର ହୋଇଥିବା ବେଳେ ମନୋଜ ୬୫ତମ ଶିକାର ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



