ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ପଞ୍ଜିକରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଗଞ୍ଜାମ ବ୍ଲକରେ ୨ଦିନରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପଞ୍ଜିକରଣ ଅଭିଯାନ ହୁମ୍ମା ସ୍ଥିତ କପିଳେଶ୍ୱର ମନ୍ଦିର ଠାରୁ ବାହାରିଥିଲା । ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଅଶୋକ ଚୌଧିରି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ବ୍ଲକ ଉପାଧ୍ୟକ୍ଷ ମିନତୀ ପ୍ରଧାନ ଯୋଗଦେଇ ହୁମ୍ମା, କଳାଯମୁନା, ବୋରି ଗାଁ, ବଳଦିଆ ଢ଼ି, ବଦପଲ୍ଲୀ, ବାଳିବାଗଡ଼, ଶତ୍ରୁସୋଲ, ମଠମକୁନ୍ଦ ପୁର, ସୁବଳୟା ଦେଇ ଡିଏନଟି କଲୋନୀରେ ଶେଷ କରାଯାଇଥିଲା । ଗତକାଲି ପାଳିବନ୍ଧ ପଞ୍ଚୟତର ଗାଙ୍ଗ ଦେବୀ ମନ୍ଦିର ଠାରେ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ ଚୌଧିରି, ଆଦିକନ୍ଧ ସେଠି, ସମିତି ସଭ୍ୟ ଛାୟା କାନ୍ତ ପ୍ରଧାନ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ପରେ ପାଳିବନ୍ଧ, ବିଞ୍ଚନାପଲ୍ଲୀ, କୁଣ୍ଡା ପୁଟୁ, ନୁଆଁ ପୋଡାମପେଟା, ସୂର୍ଯ୍ୟ ନରାୟଣ ପୁର, ଲଷ୍ମୀପୁର, ମୟୁରପଦା, ନିଳାଦ୍ରୀ ପୁର, ଖଟୁଆକୁଦା, କଣ୍ଟିଆ ଗଡ଼, ରଘୁନାଥ ପୁର, ବରପଲ୍ଲୀ, ଝାଟିପଦର ପ୍ରମୁଖ ଗ୍ରାମ ପରିକ୍ରମା କରିଥିଲା । ଏହି ସମୟରେ ନବୀନ ସରକାରଙ୍କ ୫ଟି, ମୋ ସରକାର ଯୋଜନା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଲୋକଙ୍କୁ ବୁଝାଇଥିଲେ । ଏଥିରେ ବିଜେଡି ଜିଲ୍ଲା ସମ୍ପାଦକ ମନୋଜ କୁମାର ପାଢୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଧନଞ୍ଜୟ ରେଡି, ସରପଞ୍ଚ ନିରଂଜନ ରେଡି, ସାମା ରେଡି, କବିତା ସ୍ୱାଇଁ, ପୂର୍ବତନ ଅଧ୍ୟକ୍ଷ ରଘୁ ସାହୁ, ଯୁବନେତା ରଙ୍କନିଧି ପ୍ରଧାନ, କେଦାର ସ୍ୱାଇଁ, ଭାଗ୍ୟ ରେଡି, ବନବାସୀ ଖୁଣ୍ଟିଆ, ବ୍ଲକ ସଭାପତି ଇନ୍ଦ୍ରଦଳେଇ, ଅର୍ଯ୍ୟାମୀ ବେହେରା, କୃଷ୍ଣ ପ୍ରଧାନ, ଶାନ୍ତୁନ ବିଶ୍ୱାଳ, ଶ୍ରୀକାନ୍ତ ମହାନ୍ତି, ଉମାରେଡି, ଟୁକୁନା ପଲେଇ, ରଞ୍ଜିତ ପଲେଇ, ସନାତନ ବେହେରା, ଗୋବିନ୍ଦ ରେଡି ପ୍ରମୁଖଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା