

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ଚତୁର୍ଥ ଦିନରେ ଭାଗିରଥି ବେହେରାଙ୍କ ନେତୃତ୍ଵରେ ଗଞ୍ଜାମ ବ୍ଲକର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଶସ୍ମିତା ମହାରଣା(୧୪) ଓ ଧନୁର୍ଦ୍ଧର ଦାସ(୧୫)ନଂ ଜୋନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଛତ୍ରପୁର ନିର୍ବାଚନ ମଣ୍ଡଳୀର ରଶ୍ମିତା ସେଠି ୨୧ନଂ ଜୋନ ଓ ଡି. ରାମସୂମୀ ରେଡି ୨୦ନଂ ଜୋନରେ କଂଗ୍ରେସ ପ୍ରାର୍ଥୀରେ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଏସସି କଲ (SC Cell) ସଂଯୋଜକ ଭାଗୀରଥୀ ବେହେରା, ଗଞ୍ଜାମ ବ୍ଲକ ସଭାପତି ଏନ. ଗଣେଶ ରେଡ୍ଡି, ଗଞ୍ଜାମ ନଗର ସଭାପତି ବୁଲୁ ରେଡ୍ଡି, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଛତ୍ରପୁର ବ୍ଲକ ସଭାପତି ଟି. କ୍ରିଷ୍ଣା ରେଡ୍ଡିଙ୍କ ସମେତ ସମସ୍ତ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ଏବଂ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ସମୟରେ ଆଇନଜୀବୀ ଭାବେ ବାବୁ ନାହାକ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


