ଗଞ୍ଜାମ/ରମ୍ଭା (ସମୃଦ୍ଧ ଓଡିଶା) ରମ୍ଭା ସହର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ସଭାମଣ୍ଡପରେ ଗଞ୍ଜାମ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବାନାମ୍ବର ପଲାଇଙ୍କ ପୌରାହିତ୍ୟରେ ଏହି ଉତ୍ସବରେ ଅତିଥି ରୂପେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଓଡ଼ିଆ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ଓଡିଶା ସେବା ନିର୍ବାହୀ କର୍ମଚାରୀ ଓ ଶିକ୍ଷକ ସମାଜର ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଜିଲ୍ଲା ସଭାପତି ରଜନୀକାନ୍ତ ମଣ୍ଡଳ, ସମ୍ପାଦକ ରାଜେଶ କୁମାର ପଣ୍ଡା, ବରିଷ୍ଠ ନାଗରିକ ସଭାପତି ରାସ ବିହାରୀ ଦାଶ, ରମ୍ଭା ଏନଏସି ର ପୂର୍ବତନ ନଗରପାଳ ସୁବାଷ ଚନ୍ଦ୍ର ପଣ୍ଡା, ଗଞ୍ଜାମ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦେଇ ସଂଘର ଆଭିମୁଖ୍ୟ ତଥା ସମାଜ ସେବା,ସମାଜିକୁ ଦିଗଦର୍ଶନ ଦେବା ନିମନ୍ତେ ନିଜର ପରାମର୍ଶ ଦେଇ ଥିଲେ । ଏହି ଅବସରରେ ସଂଘ ତରଫରୁ ଏକ ସ୍ମରଣିକା ଓ ନାଟ୍ୟ ବୃହସ୍ପତି ବିପିନି ବିହାରୀ ସାମନ୍ତଙ୍କ ରଚିତ ‘ସତ୍ୟ ଶିବମ ସୁନ୍ଦରମ’ ପୁସ୍ତକକୁ ଉନ୍ମଚନ କରାଯାଇଥିଲେ । ବୟୋଜେଷ୍ଠ ଅବସରପ୍ରାପ୍ତ କର୍ମଚାରୀ ପ୍ରହରାଜ ନାହାକ ଓ ରାମ ଚନ୍ଦ୍ର ସାହୁଙ୍କୁ ଉତ୍ତୋରୀୟ ମାନପତ୍ର ଦେଇ ସମ୍ୱର୍ଦ୍ଧନା ଦିଆଯାଇଥିଲା । ସଂଘର ସମ୍ପାଦକ ରମେଶ ଚନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନାରେ ଏହି କର୍ଯ୍ୟକ୍ରମରେ ରାମଚନ୍ଦ୍ର ବାଡ଼ତ୍ୟା, ହାତିବନ୍ଧୁମାଳି, ଭଗବାନ ଦାଶ, ପ୍ରକାଶ ଚନ୍ଦ୍ର ହୋତା ପ୍ରମୁଖ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ସପ୍ତମ ବେତନ କମିଶନ, ଫିଟମେଣ୍ଟ କମିଶନର ସୁପାରିଶକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ସହ କେନ୍ଦ୍ର ସରକାର ଦେଶର ୨୩ ଟି ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭତ୍ତା ଦେଇଥିବା ବେଳେ ଆମ ରାଜ୍ୟ ସରକାର କେବଳ ବିଚାର ବିଭାଗ କମିଶନରମାନଙ୍କୁ ମାସିକ ୧୫୦୦ ଟଙ୍କା ଦେଇ ଅନ୍ୟମାନଙ୍କୁ ନ ଦେବା, ସର୍ବନିମ୍ନ ସଂଗଠନ ୯୦୦୦ ଟଙ୍କାକୁ ବୃଦ୍ଧି କରିବାକୁ କହିଥିଲେ । ଶେଷରେ ପୂର୍ବତନ ବିଧାୟକ ଆଦିକାନ୍ଦ ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା