ଗଞ୍ଜାମ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସ୍ୱାଗତ ସମାରୋହ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ଶୁକ୍ରବାର ଦିନ ଗଞ୍ଜାମ ମହାବିଦ୍ୟାଳରେ ଏକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା । ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରଫେସର ନୃସିଂହ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଙ୍ଗନାଥ କାନୁନଗୋ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ନୂତନ ରୂପେ କାର୍ଯ୍ୟରେ ଯୋଗଦେଇଥିବା ପ୍ରଫେସର ଅମର ପ୍ରସାଦ ବିଷୋୟୀଙ୍କୁ ମଧ୍ୟ ବିଭାଗ ତରଫରୁ ସ୍ୱାଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ. ଦୁର୍ଯ୍ୟଧନ ଜେନା ଓ ଗିରିଶ କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ । ଶେଷ ବର୍ଷ ବିଦ୍ୟାର୍ଥୀଙ୍କ ଦ୍ୱାରା ପ୍ରଥମ ବର୍ଷର ବିଦ୍ୟାର୍ଥୀଙ୍କୁ ସ୍ୱାଗତ କରାଯାଇଥିଲା । ଶୃଙ୍ଖଳା ଓ ଶିକ୍ଷା ଛାତ୍ରର ଦୁଇଟି ଅମୁଲ୍ୟ ଗୁଣତାକୁ ଶିଖିବା ଦରକାର ବୋଲି ମତ ଦେଇଥିବା ବେଳେ ବିଭାଗୀୟ ମୁଖ୍ୟ ପ୍ରଫେସର ମିଶ୍ର ସମନ୍ଵୟ ସମବାୟ ଦ୍ୱାରା ହିଁ ଅନୁଷ୍ଠାନରେ ସାମାଜିକ ବିକାଶ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ପ୍ରଫେସର ବିଷୋୟୀ ଗଞ୍ଜାମ କଲେଜର ରାଜନୀତି ବିଜ୍ଞାନ ବିଭାଗକୁ ଏକ ନୂଆ ଦଶ ଓ ଦିଶା ଦେବାପାଇଁ ଅନୁରୋଧ କରିଥିଲେ । ଏଥିରେ ଅଧ୍ୟାପକ ଫିରିଶ କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେବା ସହ ଶୃଙ୍ଗଳ ଓ ଚରିତ୍ର ହିଁ ଗୋଟିଏ ଉତ୍ତମ ନାଗରିକ ଗଠନ କରିପାରିବ ବୋଲି କହିଥିଲେ । ବିଭାଗର ସମ୍ପାଦିକା  କବିତା ପରିଡା ଧନ୍ୟବାଦ ଦେଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲିଜା ରାଣୀ ଜେନା ସଂଯୋଜନ କରିଥିଲେ ।ରାଜନୀତି ବିଜ୍ଞାନ ସମ୍ମାନର ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା 

2 thoughts on “ଗଞ୍ଜାମ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସ୍ୱାଗତ ସମାରୋହ…

  1. Thanks a lot for publishing the news in your paper. We hope your benign cooperation will inspire us to pursue such activities in future.
    With regards
    Amar Prasad Bishoyee

Comments are closed.